ଦିଲ୍ଲୀ : ଶତ୍ରୁକୁ ଟକ୍କର ଦେବା ପାଇଁ ଭରତୀୟ ସେନାର ପ୍ରସ୍ତୁତି ଆରମ୍ଭ । ଫ୍ରାନ୍ସ ବାୟୁସେନାରେ ପୂର୍ବରୁ ବ୍ୟବହାର ହୋଇଥିବା ଦୁଇଟି ମିରେଜ ୨୦୦୦ ଲଢୁଆ ବିମାନ ଗୁରୁବାର ଭାରତରେ ପହଁଚିଛି ।ଏହି ବିମାନ ଗ୍ୱାଲିଅର ଏୟାରବେସରେ ପହଁଚିଛି । ତେବେ ବାୟୁସେନାରେ ସାମିଲ କରିବା ପୂର୍ବରୁ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ) ରେ ଏହି ଦୁଇଟି ବିମାନରେ ଯନ୍ତ୍ରାଂଶ ଲଗାଯିବ ।ଏହା ହେବା ଫଳରେ ଭାରତୀୟ ଭୌଗଳିକ ସ୍ଥିତି ଅନୁସାରେ ଏହା ଚାଲିବ ।ଭାରତୀୟ ଫ୍ରାନ୍ସ ଠାରୁ ଏପର୍ଯ୍ୟନ୍ତ ୫୧ ଟି ମିରଜ ମିଳି ସାରିଲାଣି । ଏହି ବିମାନ ଗୁଡିକ ଉନ୍ନତି କରଣ ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଭିତରେ ମିରେଜ ଦୁର୍ଘଟଣା ଗ୍ରସ୍ତ ହୋଇ କେତେକ କିଟ୍ ମଧ୍ୟ ବଦଳା ସରିଛି । ଆସନ୍ତା ୨୦୩୫ ଏପର୍ଯ୍ୟନ୍ତ ମିରେଜ ବିମାନଗୁଡିକୁ ସେବା ଉପେଯାଗୀ କରି ରଖିବାକୁ ବାୟୁସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ
- ପ୍ରତିଶ୍ରୁତି ଦେଇ ଟିକେଟ ଦେଲାନି ବିଜେଡି, ସ୍ୱାଧିନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କଲେ ଦମ୍ପତି
- ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ୍ ମହାପାତ୍ର ଓ ଉମାବଲ୍ଲଭ ରଥ
- ଦେଇଦେଲେ ତାରିଖ
- ବଢିଲା କ୍ରେଜିୱାଲଙ୍କ ଅଡୁଆ: ଆତଙ୍କବାଦୀଙ୍କଠାରୁ ଚାନ୍ଦା ନେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ
- କଂଗ୍ରେସ, ରାହୁଲଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ
- ସାମ୍ନାକୁ ଆସିଲା ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ
- ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା, ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ
- ୪୧ ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ
- ଅବକାରୀ ଦୁର୍ନୀତି ମାମଲାରେ କେ.କବିତାଙ୍କୁ ପୁଣି ଝଟ୍କା, ମିଳିଲାନି ଜାମିନ୍