Latest Odisha News

BREAKING NEWS

[ଭିଡିଓ] କାନପୁର ଟେଷ୍ଟ ମ୍ୟାଚରେ କମାଲ ଦେଖାଇଲେ ଶ୍ରେୟସ୍‌, ହେଲେ ଚର୍ଚ୍ଚାରେ ଏହି ବ୍ୟକ୍ତି

ଭୁବନେଶ୍ୱର: ଧିମା ପଡିଛି କରୋନା ଲହରି । ଭାରତ ବନାମ୍ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ସୁଯୋଗ ମିଳିଛି । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖଚାଖଚ ଦର୍ଶକମାନେ ଗିଲ୍‌, ଶ୍ରେୟସ୍ ଓ ଜାଡେଜାଙ୍କ ଅର୍ଦ୍ଧଶତକର ସାକ୍ଷୀ ସାଜିଥିଲେ । ହେଲେ କ୍ରିକେଟ୍ ମ୍ୟାଚକୁ ବାଦ୍ ଦେଲେ କାନପୁରର ଜଣେ କ୍ରିକେଟ ପ୍ରେମୀ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ।

ଅନେକ ଲୋକ ଘରେ ବସି ଟିଭି ଓ ମୋବାଇଲରେ ଆଜିର ଟେଷ୍ଟ ମ୍ୟାଚ୍ ଦେଖୁଥିଲେ । ସେହି ସମୟରେ ଖେଳ କଭରେଜ କରୁଥିବା ପ୍ରଡକ୍ସନ୍ ଟିମର କ୍ୟାମେରା ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ନିକଟରେ ଅଟକିଥିଲା । ଏହି ବ୍ୟକ୍ତି ଜଣକ କୌଣସି ସେଲିବ୍ରିଟି କିମ୍ବା ମନ୍ତ୍ରୀ ନୁହଁନ୍ତି । ବରଂ ଜଣେ ସାଧାରଣ କ୍ରିକେଟ ପ୍ରେମୀ । ତେବେ ବ୍ୟକ୍ତି ଜଣକ ପାଟିରେ ଗୁଟୁଖା ପକାଇ ଫୋନରେ କଥା ହେବା ଅନ୍ଦାଜ ଟିଭି ପରଦାକୁ ଆସିବା ପରେ ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।

୭୦ ଓଭରର ଖେଳ ସମାପ୍ତି ପରେ ଏହି ଦୃଶ୍ୟ ଟିଭି ପରଦାକୁ ଆସିଥିଲା । ଏହି ଭିଡିଓକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ୱାସିମ୍ ଜାଫର ମଧ୍ୟ ଟ୍ୱିଟରରେ ମିମ୍ ସେୟାର କରିବାକୁ ପଛାଇନାହାଁନ୍ତି । ପ୍ରଥମ ଦିନରେ ଭାରତ ୪ ୱିକେଟ୍ ହରାଇ ୨୫୮ ରନ୍ କରିଥିଲାବଳେ ଶ୍ରେୟସ୍ ୭୫ ଓ ରବିନ୍ଦ୍ର ଜାଡେଜା ୫୦ ରନ୍ କରି କ୍ରିଜରେ ରହିଥିଲେ । ଅନ୍ୟପଟେ ନ୍ୟୁଜିଲାଣ୍ଡ ତରଫରୁ ବୋଲର୍ ଜେମିସନ୍ ୪୭ ରନ୍ ବ୍ୟୟରେ ଭାରତର ତିନୋଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.