ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଛି କରୋନାର ନୂଆ ଭ୍ୟାରିଆଣ୍ଟ । କରୋନାର ନୂଆ ଭ୍ୟାରିଆଣ୍ଟର ମୁକାବିଲା କରିବାକୁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜରେ ସଂକ୍ରମଣ ଚେନକୁ ରୋକିବା ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ । ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସାକୁ ଫୋକସ୍ କରାଯାଇଛି ।
ଏହାସହ ବିଦେଶରୁ ଫେରୁଥିବା ଯାତ୍ରୀ ଉପରେ କଡ଼ା ନଜର ରଖିବାକୁ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ । ବିମାନ ବନ୍ଦରରେ କରୋନା ଟେଷ୍ଟ କରାଯିବ । ପରୀକ୍ଷା ପରେ ଯେଉଁମାନେ ସଂକ୍ରମିତ ଚିହ୍ନଟ ହେବେ, ସେମାନଙ୍କୁ ୧୦ଦିନ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ, ସିଡ଼ିଏମଓ ଓ ମହାନଗର ନିଗମକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।
ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ସେହି ଅଞ୍ଚଳକୁ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟବାସୀ କୋଭିଡ଼ ନିୟମ ମାନି ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି । ଏହାଦ୍ୱାରା ତୃତୀୟ ଲହରକୁ ଏଡ଼ାଇ ଦିଆଯାଇପାରିବ ।
Comments are closed.