Latest Odisha News

BREAKING NEWS

ନାଗରିକଙ୍କ ହତ୍ୟାରେ ସାମିଲ ସମସ୍ତ ଆତଙ୍କବାଦୀଙ୍କୁ ମାରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀମାନେ ସାଧାରଣ ନାଗରିକଙ୍କ ବିଶ୍ୱାସ ଜିଣିବାରେ ସଫଳ ହୋଇଛନ୍ତି । ରିପୋର୍ଟ ମୁତାବକ ନିକଟରେ ସାଧାରଣ ନାଗରିକଙ୍କ ହତ୍ୟାରେ ସାମିଲ ସମସ୍ତ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଏନକାଂଉଟର କରିଛନ୍ତି । ଡିଜିପି ଦିଲବାଗ ସିଂଙ୍କ ମତରେ ଆମେ ଛୋଟ ଛୋଟ ଟିମ ଗଠନ କରି ସାଧାରଣ ନାଗରିକଙ୍କ ଉପରେ ନଜର ରଖିଛୁ ।

ଆତଙ୍କବାଦୀଙ୍କ ନେଟୱର୍କକୁ ଭେଦିବାରେ ଆମେ ସପଳ ହୋଇଛୁ । ସାଧାରଣ ନାଗରିକ ମଧ୍ୟ ଏଥର ଆମକୁ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ୨୦୧୮ରେ ୩୧୮ ଆତଙ୍କବାଦୀ ଘଟଣା ଘଟିଥିବା ବେଳେ ୨୦୨୧ରେ ଏହା ୧୨୧କୁ ଖସି ଆସିଛି । ସେହିପରି ପାକିସ୍ତାନ ନେଟୱର୍କ ଉପରେ ନଜର ରଖାଯିବାରୁ ପଥର ମାଡ ଘଟଣା ବହୁତ କମିଛି ବୋଲି ଦିଲବାଗ କହିଛନ୍ତି ।

Leave A Reply

Your email address will not be published.