Latest Odisha News

BREAKING NEWS

ଭାଇରାଲ ହେଉଛି କୋହଲି-ଅନୁଷ୍କାଙ୍କ ରୋମାଂଟିକ ଫଟୋ

ନୂଆଦିଲ୍ଲୀ: କ୍ରିକେଟ ପଡିଆରୁ କିଛି ଦିନ ବିଶ୍ରାମ ନେଇଥିବା ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ପୁନର୍ବାର ଚର୍ଚ୍ଚାରେ । ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ଏକ ରୋମାଂଟିକ ଫଟୋ ଶେୟାର କରିଛନ୍ତି, ଯାହାକି ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ହ୍ରଦ କୂଳରେ ବସି ବିରୁଷ୍କା ସୂର୍ଯ୍ୟାସ୍ତ ମନୋଲୋଭା ଦୃଶ୍ୟ ଉପଭୋଗ କରୁଛନ୍ତି ।

କୋହଲି ରୋମାଂଟିକ ଶୈଳୀରେ ଲେଖଛନ୍ତି, ତୁମ ସହିତ ଯେଉଁଠାରେ ଥାଏ ତାହା ଘର ଭଳି ଲାଗେ । ବାସ୍ ମାତ୍ର ୩୦ ମିନିଟ ମଧ୍ୟରେ ଏହି ପୋଷ୍ଟକୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଲାଇକ୍ସ ଆଉ କମେଂଟ ମିଳିଥିଲା । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବା ସହ ସେ କିଛି ଦିନ ଖେଳରୁ ବିରତି ନେଇଛନ୍ତି ।

Leave A Reply

Your email address will not be published.