Latest Odisha News

BREAKING NEWS

୮ ଜିଲ୍ଲାରେ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ : ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟ​‌ରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ଚାଷୀ ତୁରନ୍ତ ଧାନ କାଟି ଆଣିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା । ଏହା ସହିତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ଲଘୁଚାପ ସୃଷ୍ଟି ହେଲେ ଆସନ୍ତା ୩ ଏବଂ ୪ ତାରିଖରେ ବର୍ଷା ହେବ । ତେଣୁ ଏହା ପୂର୍ବରୁ ଚାଷୀମାନେ ସେମାନଙ୍କ ଜମିରୁ ଧାନ କାଟିଆଣିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର(SRC) ପ୍ରଦୀପ ଜେନା ରାଜ୍ୟର ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଉପକୂଳ ଏବଂ ଉତ୍ତର ଉପକୂଳରେ ବର୍ଷା ଆଶଙ୍କା କରାଯାଉଛି । ରାଜ୍ୟର ୮ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା ୩ ତାରିଖରୁ ୪ ତାରିଖ ଯାଏଁ ରାଜ୍ୟର ୮ ଜିଲ୍ଲାରେ ବର୍ଷା ହେବାନେଇ ଆଶଙ୍କା କରାଯାଇଛି । ୮ ଜିଲ୍ଲା-କନ୍ଧମାଳ, ମାଲକାନାଗିରି, ଗଞ୍ଜାମ, ଗଜପତି, ପୁରୀ, କୋରାପୁଟ, ରାୟଗଡା ଏବଂ ଢେଙ୍କାନାଳ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି ।

Comments are closed.