Latest Odisha News

ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତ ଚିହ୍ନଟ, ‘ଓମିକ୍ରନ’କୁ ନେଇ ବଢିଲା ଭୟ

ମହାରାଷ୍ଟ୍ର : ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ୍ ପଜେଟିଭ୍ ଚିହ୍ନଟ ହେବା ପରେ ‘ଓମିକ୍ରନ’କୁ ନେଇ ବଢିଲା ଭୟ । କୋଭିଡ୍ ୧୯ ଚିହ୍ନଟ ହେବା ପରେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏବେ ଏକ କୋଭିଡ କେୟାର ସେଣ୍ଟରରେ ଅଲଗା ରଖାଯିବା ସହିତ ତାଙ୍କର ବ୍ୟାପକ ପରୀକ୍ଷା ନିରିକ୍ଷା ଚାଲିଛି । ବିଶ୍ୱରେ ଏବେ ଆତଙ୍କ ଖେଳାଉଥିବା ‘ଓମିକ୍ରନ’ ବ୍ୟକ୍ତି ଜଣକ ଆକ୍ରାନ୍ତ କି ନୁହେଁ ତାହା ଜାଣିବା ପାଇଁ ଏସବୁ ପରୀକ୍ଷା ଚାଲିଛି । ରିସର୍ଚ୍ଚରୁ ଜଣାପଡିଛି ଯେ କୋଭିଡି ଭାଇରସର ଏହି ନୂତନ ‘ଓମିକ୍ରନ’ ଭାରିଆଣ୍ଟ ଅଧିକ ମାତ୍ରାରେ ସଂକ୍ରମଣଶୀଳ ହୋଇଥିବାରୁ ଏହାକୁ ନେଇ ସବୁ ସ୍ତରରୁ ଚିନ୍ତା ବଢିବାରେ ଲାଗିଛି ।

କଲ୍ୟାଣ ଡୋମ୍ବିଭାଲି ମ୍ୟୁନିସିପାଲଟି କର୍ପୋରେସନ କେଡିଏମସି ମହାମାରୀ ନିୟନ୍ତ୍ରଣ ଅଧିକାରୀ ଡକ୍ଟର ପାନପାଲଟି କହିଛନ୍ତି କି ଏହି ଫଳାଳପ ସାତ ଦିନ ଭିତରେ ଜଣାପଡିବ ।କେଡିଏମସି କମିଶନର ଡକ୍ଟର ବିୟସ ସୂର୍ଯ୍ୟବଂଶୀ କଲ୍ୟାଣ ଡୋମ୍ବିଭାଲି ଟାଉନସିପର ନାଗରିକ ମାନଙ୍କୁ ନିବେଦନ କରିଛନ୍ତି ଏହାକୁ ନେଇ ଭୟଭୀତ ନ ହୁଅନ୍ତୁ ଏବଂ କୋଭିଡ ୧୯ ପ୍ରୋଟକୋଲକୁ କଠୋର ଭାବେ ପାଳନ କରନ୍ତୁ ବୋଲି କହିଛନ୍ତି ।

Comments are closed.