ଯାଜପୁର: ମଶାରୀ ଭିତରେ ପଶି ଦେଢ଼ ବର୍ଷର ଶିଶୁକୁ କାମୁଡ଼ିଲା ତମ୍ପ ସାପ । ଏହିଭଳି ଖବର ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ମଶାରୀ ଭିତରୁ ୩ଫୁଟ ଲମ୍ବର ବିଷଧର ତମ୍ପ ସାପକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସାଢ଼େ ୮ଟା ସମୟରେ ଚଟାଣ ଉପରେ ମଶାରୀ ଟାଣି ଭିତରେ ମା ସୋନା ସୋରେନ୍ ଓ ତାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ର ଭୀମ ଶୋଇଥିଲେ । ହଠାତ୍ ଶିଶୁଟି କାନ୍ଦି ଉଠିଲା । ଶିଶୁଟିର ବାମ ହାତର ଏକ ଆଙ୍ଗୁଠିରୁ ରକ୍ତ ବାହାରୁଥିବା ସହ ମଶାରୀ ଭିତରେ ସାପ ଥିବାର ଦେଖି ଭୟବୀତ ହୋଇଯାଇଥିଲେ । ସେ ପୁଅକୁ ନେଇ ମଶାରୀରୁ ବାହାରି ଆସି ନିଜ ସ୍ୱାମୀ କରନ ସୋରେନଙ୍କୁ ଜଣାଇଥିଲେ । ପରେ ସ୍ନେକ ହେଲ୍ପ ଲାଇନକୁୁ ଖବର ଦିଆଯାଇଥିଲା ।
ଯାଜପୁର ରୋଡ଼ରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକ ମାନହତନପୁର, ଦଳାରେ ଥିବା କରନଙ୍କ ଘରେ ପହଞ୍ଚିଥିଲେ । ମଶାରୀ ଭିତରୁ ୩ଫୁଟ ଲମ୍ବର ବିଷଧର ତମ୍ପ ସାପକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ତୁରନ୍ତ ଯାଜପୁର ରୋଡ଼ସ୍ଥିତ ସରକାରୀ ଡ଼ାକ୍ତରଖାନାକୁ ପଠାଯାଇଥିଲା । ପରେ ଶିଶୁଟିକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ଶିଶୁଟିର ଚିକିତ୍ସାରେ ସହଯୋଗ କରିବା ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ କୁମାର ପହଞ୍ଚିଥିଲେ । ଶିଶୁଟିର ଚିକିତ୍ସା ଜାରି ରହିଛି ।
Comments are closed.