Latest Odisha News

ମାଲକାନଗିରି ଏମଭି ୭ନମ୍ବର ଗ୍ରାମରେ ଭାଲୁ ଆତଙ୍କ

ମାଲକାନଗିରି: ପୁଣି ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଏମ ଭି-୭ନମ୍ବର ଗ୍ରାମରେ ଦୁଇଟି ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ଭାଲୁ ଗ୍ରାମରେ ପଶି ଅନେକ ଲୋକଙ୍କ ଘର ଘର କାନ୍ଥ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ଜଙ୍ଗଲୀ ଭାଲୁ ଯୋଗୁଁ ଗ୍ରାମବାସୀମାନେ ରାତି ହେଲେ ଭୟବୀତ ଅବସ୍ଥାରେ ରହୁଛନ୍ତି । ସନ୍ଧ୍ୟା ହେଲେ ଘର କବାଟ ଦେଇ ଘରେ ରହୁଛନ୍ତି । ସନ୍ଧ୍ୟା ହେବାମାତ୍ରେ ଗାଁ ରାସ୍ତା ଦେଇ ଯାତ୍ରୀମାନେ ମଧ୍ୟ ଯିବାଆସିବା ପାଇଁ ଭୟ କରୁଛନ୍ତି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ ଏହି ଭାଲୁଟିକୁ କାବୁ କରିବା ଆବଶ୍ୟକ ବୋଲି ଲୋକ କହିଛନ୍ତି ।

Leave A Reply

Your email address will not be published.