Latest Odisha News

ପୁଣି ଚର୍ଚ୍ଚାରେ ଅମିଷା ପଟେଲ, ଏଥର ଗିରଫ ହୋଇପାରନ୍ତି !

ମୁମ୍ବାଇ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମିଷା ପଟେଲ । ଚେକ ବାଉନ୍ସ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ସୋମବାର ଭୋପାଳ କୋର୍ଟ ନୋଟିସ୍ ଜାରି କରିିଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ମାଣ କରିବା ଲାଗି ଅଭିନେତ୍ରୀ ଅମିଷା ୟୁଟିଏଫ୍ ଟେଲିଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀରୁ ମୋଟା ଅଙ୍କର ଅର୍ଥ ଉଦ୍ଧାର ଆଣିଥିଲେ । ହେଲେ ଟଙ୍କା ପଇଠ କରିବା ସମୟରେ ଅମିଷାଙ୍କର ୩୨.୨୫ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ହୋଇଥିଲା । ଏ ନେଇ ସଂପୃକ୍ତ କମ୍ପାନୀ ଅମିଷାଙ୍କ ବିରୋଧରେ ମାମଲା ଦାୟର କରିଥିଲା ।

ଚେକ୍ ବାଉନ୍ସ ମାମଲାରେ ଡିସେମ୍ବର ୪ ତାରିଖ ପୂର୍ବରୁ ଅମିଷାଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍ ମିଳିଛି । ଯଦି ଏଥର ଅମିଷା କୋର୍ଟରେ ହାଜର ନ ହୁଅନ୍ତି, ତେବେ ତାଙ୍କୁ ବଳପୂର୍ବକ ଗିରଫ କରାଯିବାର ସମ୍ଭାବନା ରହିଛି ।

ଫିଲ୍ମ ଦୁନିଆରେ ବିଫଳତାର ସ୍ୱାଦ ଚାଖିଥିବା ଅମିଷା ଆଗାମୀ ଦିନରେ ସନ୍ନି ଦିଓଲଙ୍କ ଅପୋଜିଟରେ ଗଦ୍ଦର: ଏକ ପ୍ରେମ କଥାର ସିକ୍ୱେଲ୍ ପାର୍ଟରେ ନଜର ଆସିବେ । ଫିଲ୍ମର ଟାଇଟଲ ଗଦ୍ଦର- ୨ ଥିବାବେଳେ ଅନୀଲ ଶର୍ମା ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବେ । ତା ଛଡା ମିଷ୍ଟ୍ରୀ ଅଫ୍ ଟାଟ୍ଟୁ ନାମକ ଅନ୍ୟ ଏକ ଫିଲ୍ମରେ ମଧ୍ୟ ଅମିଷାଙ୍କୁ ଦେଖିବାକୁ ମିଳିବ । ଏଥିରେ ସେ ଅର୍ଜୁନ ରାମପାଲ ଓ ଡେଜି ଶାହଙ୍କ ସହ ଅନସ୍କ୍ରିନ୍ ସେୟାର କରିବେ ।

Comments are closed.