Latest Odisha News

BREAKING NEWS

ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର : ଓମିକ୍ରନକୁ ନେଇ ଏବେ ବଢୁଛି ଭୟ । କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନକୁ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ହୁ ଓମିକ୍ରନକୁ ଭୟାନକ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ପରୀକ୍ଷାକୁ ବାଧ୍ୟତାମୂଳକ କରି ଦେଇଛନ୍ତି ।

ନଭେମ୍ବର ୩୦ ତାରିଖରେ ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ଏକ ଆଦେଶରେ ମହାରାଷ୍ଟ୍ର ସରକାର ସମସ୍ତ ଆନ୍ତଃରାଜ୍ୟ ଯାତ୍ରୀମାନଙ୍କ ପାଇଁ ସମ୍ପୁର୍ଣ୍ଣ ଟିକାକରଣ ବାଧ୍ୟତା ମୂଳକ କରିଛନ୍ତି । ଅନ୍ୟପଟେ ଆନ୍ତଃରାଜ୍ୟ ଯାତ୍ରୀମାନଙ୍କ ପାଇଁ ବ୍ୟତିକ୍ରମରେ ଆରଟି ପିସିଆର ପରୀକ୍ଷା ୪୮ ଘଣ୍ଟା ମଧ୍ୟରେ କରିବାକୁ ବାଧ୍ୟତାମୂଳକ କରିଛନ୍ତି ।

Leave A Reply

Your email address will not be published.