Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୭ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଗୁରୁବାଦରେ ଶ୍ରୀ ଜଗନ୍ନାଥ, ଆଦିଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଅଦ୍ବେତବାଦ, ଶ୍ରୀ ରାମାନୁଜ ବଶିଷ୍ଟଙ୍କର ଦ୍ୱେତବାଦ ଓ ତତ ପରବର୍ତୀ କାଳରେ ଶ୍ରୀ ନିମ୍ବକାଚାର୍ଯ୍ୟଙ୍କ ଦ୍ଵେତା ଦ୍ୱେତ ବାଦର ପ୍ରକ୍ଷପଣ ଘଟିଥିଲା । ପ୍ରଥମେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା । ତାପରେ ବ୍ରହ୍ମ ସତ୍ୟ ଓ ଜଗତ ବି ସତ୍ୟ, । ଏବଂ ଶେଷରେ ବ୍ରହ୍ମ ସତ୍ୟ ଓ ଜଗତ ପାରିବର୍ତ୍ତନଶୀଳ ।

ଏଭଳି ମତକୁ ଆମେ ଅନେକ ଦିନରୁ ଶୁଣି ଶୁଣି ମନେରଖିଛେ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ବୁଝିବାକୁ ହେବ ଆତ୍ମା ସତ୍ୟ ଓ ଶରୀର ପରିବର୍ତ୍ତନଶୀଳ । ଅନ୍ୟ ଭାବରେ ବୁଝିଲେ ଆତ୍ମା ରୂପୀ ଶ୍ରୀଜଗନ୍ନାଥ କେବଳ ସତ୍ୟ ଆଉ ସବୁ ପରିବର୍ତ୍ତନଶୀଳ । ଏହି ଅନୁଭବ କେବଳ ସଦଗୁରୁ କରାଇପାରିବେ । କାରଣ ସେ ଅଜ୍ଞାନ ନାଶ କରି ଓ ଜ୍ଞାନ ପ୍ରଦାନ କରନ୍ତି । ଶାସ୍ତ୍ର କହେ :

“ଜ୍ଞାନ ସ୍ୱରୂପମ ଚ ହରେରଧିନଂ,
ଶରୀର ସଂଯୋଗ ବିଯୋଗ ଯୋଗ୍ୟମ
ଅଣୁଂ ହି ଜୀବଂ ପ୍ରତିଦେହେ ଭିନ୍ନଂ
ଜ୍ଞାତୃତ୍ବବନ୍ତଂ ଯମନନ୍ତ ମାହୁଃ ।

ଅର୍ଥାତ ଜୀବ ଜ୍ଞାନ ସ୍ୱରୂପ ଏବଂ ଶ୍ରୀ ଜଗନ୍ନାଥଙ୍କ ଅଧୀନ । ଜୀବ ଶରୀର ସହ ଯୋଗରେ ରହି ପାରେ, ବିଯୋଗରେ ବି ରହିପାରେ । ଗୁରୁ ପ୍ରଦତ୍ତ ଜ୍ଞାନର ପ୍ରଭାବରେ ଜୀବ ଭକ୍ତି ମାର୍ଗ ଅନୁସରଣ କରି ଅନନ୍ତ ମୁକ୍ତି ଲାଭ କରନ୍ତି । ତେଣୁ ଯଥାର୍ଥରେ ଭକ୍ତ ଦିବାକର ଦାସ କହନ୍ତି
“ସେହି ସେ ପରମ ପୁରୁଷ,
ପରମ, ଆତ୍ମା ଏ ପ୍ରକାଶ,
ସଚ୍ଚିଦାନନ୍ଦ ସର୍ବେଶ୍ୱର,
ଶ୍ରୀ ଜଗନ୍ନାଥ ନାମ ସାର ।

ଜୟ ଜଗନ୍ନାଥ

Leave A Reply

Your email address will not be published.