ମୁମ୍ବାଇ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜକୁ ୧-୦ରେ ହାତେଇ ନେଇଛି । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଡାରେଲ ମିଚେଲ (୬୦), ହେନେରୀ ନିକୋଲସ(୪୪) ଓ ରଚୀନ୍ଦ୍ର ରବୀନ୍ଦ୍ର (୧୮) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରି ନ ଥିଲେ । ରବିଚନ୍ଦ୍ରନ ଅଶ୍ୱୀନ ଓ ଜୟନ୍ତ ଯାଦବ ୪ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତ ଦ୍ୱିତୀୟ ଇନିଂସରେ ୨୭୬/୭ ଇନିଂସ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ସୂଚନାଯୋଗ୍ୟ, ବିଶ୍ୱ କ୍ରିକେଟରେ ତୃତୀୟ ଆନ୍ତର୍ଜାତୀୟ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ଏହି ମ୍ୟାଚରେ ହାସଲ କରିଥିଲେ ।ଗୁରୁତ୍ୱପୂର୍ଣ୍ଣ ହାଇଲାଇଟ୍ସ
୧.ଟେଷ୍ଟ ଅଧିନାୟକ ଭାବେ ବିରାଟ କୋହଲଙ୍କ ୩୯ତମ ବିଜୟ ।
୨.ୱାଙ୍ଖେଡରେ ଭାରତର ଏହା ଲଗାତାର ତୃତୀୟ ବିଜୟ ।
୩.ଘରୋଇ ମାଟିରେ କିୱି ବିପକ୍ଷରେ ଭାରତର ଏହା ୮ମ୍ୟାଚରୁ ୭ମ ବିଜୟ ।
୪.ଘରୋଇ ମାଟିରେ କ୍ରମାଗତ ୧୪ତମ ସିରିଜ ବିଜୟ ।
୫.ଭାରତ ମାଟିରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ୩୦୦ ଉଇକେଟ ପୂର୍ଣ୍ଣ ।
BREAKING NEWS
- ରଣଜୀ ଟ୍ରଫି: ଶାନ୍ତନୁଙ୍କ ସ୍ଥାନରେ ଗୋବିନ୍ଦ ପୋଦ୍ଦାର ହେବେ ଓଡିଶାର ଅଧିନାୟକ
- କେମିକାଲ ଫ୍ୟାକ୍ଟ୍ରିରୁ ଲିକ୍ ହେଲା କ୍ଳୋରିନ ଗ୍ୟାସ
- ଆଠ ବର୍ଷ ପରେ ଘରକୁ ଫେରିଲା ପୁଅ, ଘଞ୍ଚ ଜଙ୍ଗଲରେ କାଟୁଥିଲେ ‘ବଣ ମଣିଷ’ ଜୀବନ
- ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ
- ଗୁଜରାଟ ଗ୍ରେଟ୍ସକୁ ହରାଇଲା ମଣିପାଲ
- କୌଣସି କଥାବାର୍ତ୍ତା ହେବନାହିଁ: ପାକିସ୍ତାନ ଗସ୍ତ ପୂର୍ବରୁ ଏଭଳି କହିଲେ ଜୟଶଙ୍କର
- ୩୯ର ହିରୋ, ୧୯ର ହିରୋଇନ; ୨୦ ବର୍ଷର ଛୋଟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ…
- ୧୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ
- ଟୋୟାମ ହାଇଦ୍ରାବାଦକୁ ସାମ୍ନା କରିବ କୋଣାର୍କ ସୂର୍ଯ୍ୟାସ ଓଡିଶା
- ଅକ୍ଟୋବର ୯ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା
Comments are closed.