ମୁମ୍ବାଇ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୭୨ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜକୁ ୧-୦ରେ ହାତେଇ ନେଇଛି । ରନ ବ୍ୟବଧାନ ଦୃଷ୍ଟିକୋଣରୁ ଭାରତର ଏହା ବୃହତମ ବିଜୟ । ୫୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ଡାରେଲ ମିଚେଲ (୬୦), ହେନେରୀ ନିକୋଲସ(୪୪) ଓ ରଚୀନ୍ଦ୍ର ରବୀନ୍ଦ୍ର (୧୮) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରି ନ ଥିଲେ । ରବିଚନ୍ଦ୍ରନ ଅଶ୍ୱୀନ ଓ ଜୟନ୍ତ ଯାଦବ ୪ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତ ଦ୍ୱିତୀୟ ଇନିଂସରେ ୨୭୬/୭ ଇନିଂସ ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା । ସୂଚନାଯୋଗ୍ୟ, ବିଶ୍ୱ କ୍ରିକେଟରେ ତୃତୀୟ ଆନ୍ତର୍ଜାତୀୟ ଖେଳାଳି ଭାବେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ଏହି ମ୍ୟାଚରେ ହାସଲ କରିଥିଲେ ।
ଗୁରୁତ୍ୱପୂର୍ଣ୍ଣ ହାଇଲାଇଟ୍ସ
୧.ଟେଷ୍ଟ ଅଧିନାୟକ ଭାବେ ବିରାଟ କୋହଲଙ୍କ ୩୯ତମ ବିଜୟ ।
୨.ୱାଙ୍ଖେଡରେ ଭାରତର ଏହା ଲଗାତାର ତୃତୀୟ ବିଜୟ ।
୩.ଘରୋଇ ମାଟିରେ କିୱି ବିପକ୍ଷରେ ଭାରତର ଏହା ୮ମ୍ୟାଚରୁ ୭ମ ବିଜୟ ।
୪.ଘରୋଇ ମାଟିରେ କ୍ରମାଗତ ୧୪ତମ ସିରିଜ ବିଜୟ ।
୫.ଭାରତ ମାଟିରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ୩୦୦ ଉଇକେଟ ପୂର୍ଣ୍ଣ ।
BREAKING NEWS
- ଡ୍ରାଭିଡ ଓ ପୂଜାରାଙ୍କ ସ୍ଥାନ ଭରଣା କରିବେ ଦେବଦତ ପାଡିକ୍କଲ
- ଉଷା ପଢ଼ୀଙ୍କ ସହ ଆମେ ଭୁବନେଶ୍ୱରିଆ ପ୍ରତିନିଧିମଣ୍ଡଳର ସାକ୍ଷାତ;୨୦୨୫ ଗେଜେଟ୍ ବିଜ୍ଞପ୍ତି ଅଧୀନରେ ନିୟମିତକରଣ ପାଇଁ ଦାବି
- ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ପ୍ରହାର : ଭୟଙ୍କର ବିସ୍ଫୋରଣରେ ୨୭ ମୃତ
- Neeraj To Miss Asian Games:ଭାରତ ପାଇଁ ବଡ଼ ଝଟକା: ଡାଇମଣ୍ଡ ଲିଗ୍ ଫାଇନାଲ୍ ଓ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ ନୀରଜ; ଜାଣନ୍ତୁ କାରଣ
- Expired Biscuits: ଅଭିଯୋଗ ପରେ ବି କିଛି ଆକ୍ସନ ନେଲେନି ଅଫିସର, ଜୋର ଜବରଦସ୍ତି ଲୋକେ ଖୁଆଇଲେ ଏକ୍ସପାଏରୀ ବିସ୍କୁଟ୍…
- Burla Firing:ବିଚ୍ ରାସ୍ତାରେ ଗୁଳିମାଡ଼;ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ,ଦୁର୍ବୃତ୍ତ ଅଟକ
- ରାଜ୍ୟସଭା ସାଂସଦଙ୍କୁ ଠକି ଗିରଫ ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ
- ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ ଜିଲ୍ଲାପାଳ
- Scorpion Venom: ବିଷ ବଞ୍ଚାଇବ ଜୀବନ…ଦାମ କୋଟି କୋଟି ଟଙ୍କା!
- ଆର୍ଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ଆସବାବପତ୍ର

Comments are closed.