Latest Odisha News

BREAKING NEWS

ଡରାଉଛି ଓମିକ୍ରନ୍, ଚିନ୍ତା ବଢ଼ାଉଛନ୍ତି ବିଦେଶ ଫେରନ୍ତା

ଭୁବନେଶ୍ବର : ଓମିକ୍ରନ ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା । ୩୮ ଦେଶକୁ ଭୂତାଣୁ ବ୍ୟାପି ସାରିଥିବା ବେଳେ, ଏବେ ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା । ଠିକଣା ବଦଳାଇ ଓଡିଶା ଆସୁଛନ୍ତି ଲୋକ । ଏଯାଏଁ ବିଦେଶରୁ ରାଜ୍ୟକୁ ୮୦୦ରୁ ଅଧିକ ଲୋକ ଫେରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଲୋକଙ୍କୁ ଏଯାଏଁ ଠାବ କରିପାରିନି ସ୍ବାସ୍ଥ୍ୟ ବିଭାଗ । ଏଭଳି ସ୍ଥିତିରେ ଲୋକ ଠିକଣା ବଦଳାଇ ବିଦେଶରୁ ଫେରୁଥିବାରୁ ସେମାନଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେଉଥିବା କହିଛି ସ୍ବାସ୍ଥ୍ୟ ବିଭାଗ ।

ଗୁରୁତ୍ବପୂର୍ଣ୍ଣ କଥା ଯେ, ପୋର୍ଟାଲରେ ଭୁଲ ତଥ୍ୟ ସହିତ ଭୁଲ ଫୋନ ନମ୍ବର ଦେଇ ବିଦେଶରୁ ଓଡ଼ିଶା ଆସୁଛନ୍ତି ଲୋକ । ବାହାରୁ ଆସୁଥିବା ଲୋକଙ୍କ ତାଲିକାକୁ ଜିଲ୍ଲାକୁ ପଠାଯାଉଛି । ସେହିପରି ବିଦେଶ ଫେରନ୍ତା ଭୟ ନକରି ନିଜ ତରଫରୁ ଆସି ଟେଷ୍ଟ କରାଇ ନିଅନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସତର୍କ ରହିଲେ ନିଜେ ସୁରକ୍ଷିତ ରହିବା ସହିତ ନିଜର ପରିବାର ମଧ୍ୟ ସଂକ୍ରମଣରୁ ଦୂରରେ ରହିବ । ଯଦି କୌଣସି ଯାତ୍ରୀଙ୍କର ରିପୋର୍ଟ ପଜିଟିଭ ବାହାରେ, ତେବେ ସେମାନଙ୍କର ଜିନୋମ ସିକ୍ବେନ୍ସିଂ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Comments are closed.