Latest Odisha News

ଭିଜିଲାନ୍ସ ଜାଲରେ ଓଏସଏପି ଷଷ୍ଠ ବାଟାଲିଆନ ସିପାହୀ

କଟକ: ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକସ୍ଥିତ ଓଏସଏପି ଷଷ୍ଠ ବାଟାଲିଆନ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ଼୍ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଉଛି ।

ସହଦେବ ପରିଡ଼ାଙ୍କ ଅଫିସ, କଟକ ତିନିଘରିଆ ଛକରେ ଥିବା ତିନି ମହଲା ଘର, କଟକ ଗନ୍ଦରପୁରରେ ଏକ ଆଜବେଷ୍ଟସ୍ ଘର, ଚନ୍ଦନପୁରରେ ଥିବା ପୈତୃକ ଘର ଚଢ଼ାଉ କରାଯାଇଛି । ଏହାସହ ମାଳତୀପାଟପୁରରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ରେଡ଼୍ ହୋଇଛି । ଚଢ଼ାଉବେଳେ ନଗଦ ୨ଲକ୍ଷ ୯୪ହଜାର ୬ଶହ ଟଙ୍କା ଜବତ ହୋଇଛି । ଏହାସହ ୪ଟି ଦୁଇ ଚକିଆ ଗାଡ଼ି ଓ ୧୭ଟି ବ୍ୟାଙ୍କ ପାସ୍ ବୁକ ଜବତ କରାଯାଇଛି ।

ସହଦେବ ପରିଡ଼ାଙ୍କ ନାଁରେ ଭୁବନେଶ୍ୱର ପାଣ୍ଡରା ଓ ପୁରୀ ମାଳତୀପାଟପୁରରେ ପ୍ଲଟ ରହିଛି । ତାଙ୍କ ପତ୍ନୀ ଗୀତାଞ୍ଜଳି ପରିଡ଼ାଙ୍କ ନାଁରେ କଣ୍ଟିଲୋ ଓ ଗୋପାଳପୁରରେ ଦୁଇଟି ପ୍ଲଟ ରହିଥିବା ଜଣାପଡ଼ିଛି । ସହଦେବଙ୍କ ପୁଅ କିଷନ ପରିଡ଼ାଙ୍କ ନାଁରେ କଟକ ଗନ୍ଦରପୁରରେ ଏକ ପ୍ଲଟ ରହିଥିବା ଚଢ଼ାଉବେଳେ ଜଣାପଡ଼ିଛି । ୩ଜଣ ଡ଼ିଏସପି, ୯ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ହୋଇଛନ୍ତି ।

Comments are closed.