Latest Odisha News

BREAKING NEWS

ରୋହିତ ହେଲେ ଭାରତୀୟ ଦିନିକିଆ ଦଳର ନୂତନ ଅଧିନାୟକ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଅଜିଙ୍କ୍ୟ ରାହାନେଙ୍କ ସ୍ଥାନରେ ସେ ଟେଷ୍ଟରେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ପୂର୍ବରୁ ନଭେମ୍ବରରେ ସେ ବିରାଟ କୋହଲିଙ୍କ ବଦଳରେ ଭାରତୀୟ ଦଳର ଟି୨୦ ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ । ଏବେ ତାଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଦିନିକିଆରୁ କୋହଲିଙ୍କୁ ଅଧିନାୟକ ପଦରୁ ହଟାଯାଇଛି ତାଁ ସେ ସ୍ୱତଃ ଓହରି ଯାଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ପୂର୍ବରୁ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ଶୁଭମନ ଗିଲଙ୍କୁ ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ଦିଆଯାଇଛି ।

Comments are closed.