Latest Odisha News

BREAKING NEWS

ଚା’ର ସ୍ୱାଦ ବଢାଇବ ସ୍ପେଶାଲ ମଶଲା

ଭୁବନେଶ୍ୱର : ଚା’ର ସ୍ୱାଦ ବଢାଇବା ପାଇଁ କିଛି ମଶଲା ବ୍ୟବହାର କରନ୍ତୁ। ଯାହା ଚା’କୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଆଜି କାଲି ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ଚା’ଟିକେ ନିହାତି ଦରକାର। ଆଉ କିଛି ଲୋକଙ୍କ ପାଇଁ ଏହି ଚା’ ଯେମତି ନିତିଦିନିଆ ପିଇବା ଦରକାର।
ତେବେ ଚା’କୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ କିଛି ମସଲା ବି ରହିଛି: 

କେଶର – କେଶର ଯୁକ୍ତ ଚା’ ବହୁତ ପ୍ରସିଦ୍ଧ । କେଶରକୁ ଚା’ରେ ବ୍ୟବହାର କଲେ ଏହାର ସ୍ୱାଦ ଏବଂ ଫ୍ଲେବର ସବୁଦିନ ଅପେକ୍ଷା ଅଲଗା ଆସିବ। ଆପଣ ଥରେ ଚା’ରେ କେଶର ପକାଇ ପିଅନ୍ତୁ ଏହି ଚା’ ଆପଣଙ୍କର ସବୁବେଳେ ପିଇବାର ଅଭ୍ୟାସ ହୋଇଯିବ।

 

ଡାଲଚିନି – ଡାଲଚିନି ଚା’ରେ ଏକ ଭିନ୍ନ ଫ୍ଲେବର ଥାଏ ଯାହାକୁ ଆପଣ ବହୁତ ପସନ୍ଦ କରନ୍ତି। ଏହା ଥଣ୍ଡା ସମୟରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ।  ଡାଲଚିନି ଚା ପ୍ରସ୍ତୁତ କଲାବେଳେ ମନେରଖନ୍ତୁ ଏହାକୁ ଚା’ରେ ଅଧୀକ ପକାନ୍ତୁ ନାହିଁ ନହେଲେ ଆପଣଙ୍କ ଗଳା ସମସ୍ୟା ସୃଷ୍ଟି ହେବ।

ଗୁଜୁରାତି – ଏକ କପରେ ୧-୨ଟି ଗୁଜୁରାତି। ଗୁଜୁରାତିର ସ୍ୱାଦ ଅଦା ସହିତ ଭଲ ଲାଗିଥାଏ। ଚା’ ରେ ଅଧୀକ ଗୁଜୁରାତି ପକାଇବାରୁ ଦୁରେଇ ରୁହନ୍ତୁ। ଯଦି ଆପଣଙ୍କୁ ମିଠା ଚା’ ପସନ୍ଦ ତେବେ ସେଥିରେ ଗୋଟିଏ ଗୁଜୁରାତି ପକାନ୍ତୁ। ଗୁଜୁରାତି ଆପଣଙ୍କ ଚା’ରେ ହର୍ବାଲ ଫ୍ଲେବର ଆଣିଥାଏ। ଏହା ଆପଣଙ୍କ  ଚା’ର ସ୍ୱାଦ ଦ୍ୱିଗୁଣିତ କରିଥାଏ।

ଗୋଲମରିଚ – ଏକ କପ ଚା’ରେ ୨-୩ଟି ଗୋଲମରିଚ। ଯଦି ଆପଣଙ୍କ ଗଳା ଖରାପ ଥାଏ ଗୋଲମରିଚ ଚା’ ବହୁତ ଲାଭଦାୟକ ଅଟେ। ଏହି  ଚା’ ଆପଣ ଥଣ୍ଡା କିମ୍ୱା ବର୍ଷା ସମୟ ରେ ପିଇବା ଆବଶ୍ୟକ। ଯଦିଓ ଏହା ଗରମ ସମୟରେ ଚିନ୍ତିତ କରିପାରେ ସେଥିପାଇଁ ଏହାକୁ ଋତୁ ଅନୁଯାୟୀ ପିଅନ୍ତୁ।

 

 

 

Leave A Reply

Your email address will not be published.