Latest Odisha News

ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପ: ଓଡିଶାର ଝିଲ୍ଲୀ ଦଳବେହେରାଙ୍କୁ ୩ ପଦକ

ଭୁବନେଶ୍ୱର: ଉଜବେକିସ୍ତାନର ତାସକେଂଟରେ ଚାଲିଥିବା ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପରେ କୀର୍ତିମାନ ରଚିଛନ୍ତି ଓଡିଶାର ଝିଲ୍ଲୀ ଦଳବେହେରା । ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମୟୁରଭଂଜର ଝିଲ୍ଲୀ ଏହି ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି । ୪୯ କିଗ୍ରା ମହିଳା ବିଭାଗରେ ଝିଲ୍ଲୀ ସ୍ନାଚରେ ସ୍ୱର୍ଣ୍ଣ ଜିତିଥିବା ବେଳେ କ୍ଲିନ ଆଣ୍ଡ ଜର୍କ ଏବଂ ଟୋଟାଲରେ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ ଏ ନେଇ ତାଙ୍କୁ ଅଭନନ୍ଦନ ଜଣାଇଛନ୍ତି ।

ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ଏହି ଟୁର୍ଣ୍ଣାମେଂଟରେ ଖେଳୁ ନ ଥିବାରୁ ୨୨ ବର୍ଷୀୟା ଝିଲ୍ଲୀଙ୍କୁ ଦକ୍ଷତା ପ୍ରଦର୍ଶନ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । ଯାହା ଯେ ପ୍ରମାଣ କରିପାରିଛନ୍ତି । ସେ ପୂର୍ବରୁ ଏସିଆନ ଚାମ୍ପିୟନ ଓ ବିଶ୍ୱ ଜୁନିୟର ଚାମ୍ପିୟନଶିପର ୪୫ କିଗ୍ରା ବିଭାଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

Comments are closed.