Latest Odisha News

BREAKING NEWS

ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଆଜି ବିଧାନସଭା ଘେରିବାକୁ ଆନ୍ଦୋଳନ କରାଯାଇଥିଲା। ଛାତ୍ର କଂଗ୍ରେସ ଆଜି  ମମିତା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି। କଂଗ୍ରେସ କର୍ମୀମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

ଏହି ସମୟରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ଧସ୍ତା ଧସ୍ତା ହୋଇଛନ୍ତି। ପୋଲିସ ଉପରକୁ ଅଣ୍ଡା ଓ ଟମାଟ ଫିଙ୍ଗିଥିଲେ କଂଗ୍ରେସ କର୍ମୀ। ପୋଲିସ ଗାଡିକୁ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ଛାତ୍ର କଂଗ୍ରେସର କର୍ମୀମାନେ। ପୋଲିସ ଲାଠି ଚାର୍ଜରେ କଂଗ୍ରେସର କିଛି କର୍ମୀ ଗୁରୁତର ହୋଇଛନ୍ତି।

କ୍ୟାମ୍ପସ ଭିତରକୁ ପୋଲିସ ପଶି କିଛି କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ରୋକ କରାଯାଇଛି । ଏବେବି କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Comments are closed.