Latest Odisha News

BREAKING NEWS

ଦେଶରେ ବଢୁଛି ଫେକ୍ ଏନକାଉଣ୍ଟର, ଉଦବେଗ ପ୍ରକାଶ କଲେ ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଚଳିବନି ଫେକ୍ ଏନକାଉଣ୍ଟର । ଲୋକଙ୍କ ନିକଟରେ ଏଥିଲାଗି ସରକାର ଉତ୍ତରଦାୟୀ ବୋଲି କହିଛନ୍ତି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଅରୁଣ ମିଶ୍ର । ଦେଶରେ ଫେକ୍ ଏନକାଉଣ୍ଟର ସଂଖ୍ୟା ବଢୁଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି । ଏହାସହ ବିଚାର ବିଭାଗରେ ଦେଖାଦେଉଥିବା ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କୌଣସି ବ୍ୟକ୍ତିଙ୍କ ଅଧିକାର ନିରଙ୍କୁଶ ନୁହେଁ । ମାତ୍ର ସାମାଜିକତା ଦୃଷ୍ଟିରୁ ଏହାକୁ ବିଚାର କରିବାକୁ ପଡିବ । ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ନ୍ୟାୟ ମିଳିବାରେ ବିଳମ୍ବ ହେଲେ ଲୋକମାନେ ଆଇନକୁ ନିଜ ହାତକୁ ନେବାକୁ ଚେଷ୍ଟା କରିଥାନ୍ତି । ତେଣୁ ଆଇନର ନିୟମ ଅନୁସାରେ ଲୋକଙ୍କୁ ତୁରନ୍ତ ନ୍ୟାୟ ମିଳିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ବିଭିନ୍ନ ରାଜ୍ୟରେ ଥିବା ମାନବାଧିକାର ଅଫିସ ମାନବାଧିକାର ପ୍ରସଙ୍ଗରେ ଦାୟିତ୍ବବାନ ରହିଛନ୍ତି । ଲୋକଙ୍କ କଲ୍ୟାଣ ଲାଗି ତିଆରି ହୋଇଥିବା ଆଇନ ଓ ନୀତି ଯେପରି ଉଲ୍ଲଂଘନ ହେବ ନାହିଁ । ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦିଆଯାଉଛି । କୌଣସି ଘଟଣାରେ ନକାରାତ୍ମକ ପଦକ୍ଷେପ ମାନବାଧିକାର ଉଲ୍ଲଂଘନର ଏକ ନମୁନା ଏବଂ ଏହା ଚିନ୍ତା ଓ ଭୟ ସୃଷ୍ଟି କରେ । ମାନବାଧିକାର କ୍ଷେତ୍ରରେ ସକାରାତ୍ମକ ଦୃଷ୍ଟିକୋଣ ବ୍ୟକ୍ତିର ବିକାଶ ଓ ରାଷ୍ଟ୍ରର ଅଭିବୃଦ୍ଧିରେ ସହାୟକ ବୋଲି କହିଛନ୍ତି ଜଷ୍ଟିସ ଅରୁଣ ମିଶ୍ର ।

Comments are closed.