Latest Odisha News

ଲାଲଗଡ଼ରେ ପୋଲିସ ଡିଜି: ମାଓ ମୁକାବିଲା ରଣନୀତିର ସମୀକ୍ଷା

ମାଲକାନଗିରି: ଲାଲଗଡ଼ରେ ପୋଲିସ ଡିଜି ଅଭୟ । ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ପ୍ରଥମେ ସେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳ ଘନବେଡ଼ାରେ ହୋଇଥିବା ନୂତନ ବିଏଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ ମାଓ ଗତିବିଧି ସମ୍ପର୍କରେ ସମୀକ୍ଷା କରିଥିଲେ ଡିଜିପି ।

ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲାକୁ ଆହୁରି ଜୋରଦାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସ୍ୱାଭିମାନ ଅଞ୍ଚଳରେ ସମୀକ୍ଷା ବୈଠକ ସାରି ଡିଜିପି କୋରାପୁଟ ଗସ୍ତରେ ଅଛନ୍ତି । ସୁନାବେଡା ଏଚଏଏଲ ପଡିଆରେ ପହଞ୍ଚିବା ପରେ ସେଠାରୁ ପଟ୍ଟାଙ୍ଗୀ ଯାଇ ନୂତନ ଥାନା ଉଦଘାଟନ କରିଛନ୍ତି ଡିଜିପି ଅଭୟ ।

Comments are closed.