Latest Odisha News

BREAKING NEWS

ଅବହେଳିତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ରାୟଗଡ଼ା: ଅବହେଳିତ ଅବସ୍ଥାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି। ଭାରତର ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୂର୍ତ୍ତି ଅବହେଳିତ ଅବସ୍ଥାରେ ରହିଛି। ଏହି ପ୍ରତିମୂର୍ତ୍ତିକୁ ମରାମତି କରିବାକୁ କାହାର ଆନ୍ତରିକତା ନାହିଁ । ରାୟଗଡ଼ା। ବିଷମକଟକ ବ୍ଲକ ଚାଟିକଣା ଗ୍ରାମର ମୁଖ୍ୟ ରାସ୍ତାରେ ଏହି ଭଗ୍ନ ମୂର୍ତ୍ତି ଦୃଷ୍ଟି ଆଢ଼ୁଆଳରେ ଯେମିତି ରହିଯାଇଛି ।

ବହୁ ବର୍ଷ ହେଲା ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏହା ପରଠାରୁ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂତ୍ତଟି ିର୍ ଅବହେଳିତ ହୋଇ ପଡ଼ିରହିଛି । ପାଖ ରାସ୍ତା ଦେଇ ପ୍ରତିଦିନ ଜିଲ୍ଲା ପ୍ରଶାସନ ଠାରୁ ବ୍ଳକ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯାତାୟତ କରୁଛନ୍ତି । ହେଲେ ଏହି ମୂର୍ତ୍ତି ପ୍ରତି କାହାରି ଦୃଷ୍ଟି ନପଡ଼ିବା ଅତ୍ୟନ୍ତ ପରିତାପର ବିଷୟ । ଇନ୍ଦିରା ଗାନ୍ଧୀଙ୍କ ମୂର୍ତ୍ତିକୁ ମରାମତି କରିବା ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି ଶୁଣୁନଥିବ।। ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଖୁବଶିଘ୍ର ଏହି ପ୍ରତିମୂର୍ତ୍ତିର ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.