Latest Odisha News

BREAKING NEWS

ଫିଲ୍ମ ଷ୍ଟାଇଲରେ ଦୋଳିରେ ଏଣ୍ଟ୍ରି ମାରୁଥିଲେ ବର-କନ୍ୟା, ହଠାତ୍ ଛିଣ୍ଡିଗଲା ଦଉଡ଼ି

ରାୟପୁର: ଫିଲ୍ମ ଷ୍ଟାଇଲରେ ନବ ବିବାହିତ ଦୋଳିରେ ଏଣ୍ଟ୍ରି ମାରିବା ବେଳେ ଅଘଟଣ । ଛିଣ୍ଡିଗଲା ଦୋଳିର ଦଉଡ଼ି । ଆଉ ତାପରେ ଯାହା ଘଟିଲା କେହି କେବେ କଳ୍ପନା କରି ନଥିଲେ । ବିବାହ ଉତ୍ସବରେ ସମସ୍ତେ ଖୁସିରେ ମସଗୁଲ ଥିବା ବେଳେ ହଠାତ୍ ବରକନ୍ୟା ଆସୁଥିବା ଦୋଳିର ଦଉଢ଼ି ଛିଣ୍ଡିଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟପୁରରେ ।

ନବ ବିବାହିତ ଧମାକାର ଏଣ୍ଟ୍ରି ପାଇଁ ପ୍ଲାନ୍ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଫିଲ୍ମ ଷ୍ଟାଇଲରେ ଷ୍ଟେଜରେ ଏଣ୍ଟ୍ରି ମାରିବା ବେଳେ ହଠାତ୍ ଦୋଳିର ଦଉଡ଼ି ଛିଣ୍ଡି ଯାଇଥିଲା । ଫଳରେ ୧୨ ଫୁଟ ଉଚ୍ଚରୁ ତଳେ ଖସି ପଡ଼ିଥିଲେ ବର କନ୍ୟା। ତେବେ ସେମାନଙ୍କର ବିଶେଷ କିଛି ହୋଇନି । ସାମାନ୍ୟ ଆହତ ହୋଇଥିଲେ । ଏଭି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଏହି ଘଟଣା ପରେ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଉପରେ ସମସ୍ତେ ବିଗିଡିଥିଲେ । ଏଭଳି ଅଘଟଣ ପାଇଁ ନିଜକୁ ଦାୟୀ କରି କ୍ଷମା ମାଗିଥିଲେ କର୍ତ୍ତୃପକ୍ଷ । ଅଘଟଣର ଅଧାଘଣ୍ଟା ପରେ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା । ଏନେଇ ଥାନାରେ କୌଣସି ମାମଲା ହୋଇ ନାହିଁ ।

Comments are closed.