Latest Odisha News

BREAKING NEWS

[ଭିଡ଼ିଓ]ନିଜ ସାଥୀର ଜୀବନ ବଞ୍ଚାଇବା ପାଇଁ ବିଷଧର ସାପ ସହ ଝିଟିପିଟିର ଲଢ଼େଇ

ଭୁବନେଶ୍ୱର: ସାପ ଓ ନେଉଳର ଲଢ଼େଇ ଅନେକଥର ଦେଖିଥିବେ । ଦୁହିଁଙ୍କ ଲଢ଼େଇ ମଧ୍ୟରେ ନେଉଳ ସାପ ଉପରେ ଅଧିକ ପ୍ରଭାବଶାଳୀ ହୋଇଥାଏ । ହେଲେ ସାପ ଯଦି ଅନ୍ୟ କୌଣସି ଜୀବ ସହିତ ଲଢ଼େଇ କରେ, ତାହେଲେ ସାପ ପ୍ରଭାବଶାଳୀ ହେଉଥିବା ଦେଖିବାକୁ ମିଳେ । ଆମେ ସମସ୍ତେ ଜାଣୁ ଯେ, ସାପର ବିଭିନ୍ନ ପ୍ରଜାତି ମଧ୍ୟରେ ନାଗ ସାପକୁ ଅଧିକ ବିଷଧର ବୋଲି ଜଣାଯାଏ । ନାଗ ସାପ ଭଳି ବିଷଧର ସାପ କାମୁଡ଼ିବା ମାତ୍ରେ ଅନ୍ୟ ଜଣଙ୍କ ବଞ୍ଚିବା କଷ୍ଟକର ।

ଏହି ମଧ୍ୟରେ ଚିନ୍ତା କରନ୍ତୁ ବିଷଧର ସାପ ସହ ଝିଟିପିଟିର ଲଢ଼େଇ । ତାହେଲେ ଶେଷରେ ଏହି ଲଢ଼େଇର ଫଳାଫଳ କଣ ହେବ? ଆପଣ ମଧ୍ୟ କହିବେ ସାପ ହିଁ ଜିତିବ । କିନ୍ତୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦୃଶ୍ୟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡ଼ିଓରେ ଦେଖାଯାଉଛି ଯେ, ଦୁଇଜଣ ଝିଟିପିଟି କାନ୍ଥରେ ବୁଲୁଛନ୍ତି । ଏହା ମଧ୍ୟରୁ ଜଣଙ୍କ ଉପରେ ନାଗସାପ ଆକ୍ରମଣ କରିଥିଲା । ଆକ୍ରମଣ କରି ଶିକାର କରିବାକୁ ହିଁ ଯାଉଥିଲା । ହେଲେ ଏହି ସମୟରେ ଅନ୍ୟ ଜଣେ ଝିଟିପିଟି ସାପ ଉପରେ ଆକ୍ରମଣ କରୁଛି । ନିଜ ସାଥୀର ଜୀବନ ବଞ୍ଚାଇବା ପାଇଁ ସାପ ଉପରେ ଝିଟିପିଟି ଆକ୍ରମଣ କରିଥବାର ଦେଖିବାକୁ ମିଳିଛି । ଯାହାଦ୍ୱାରା ସାପ ଧରିଥିବା ଝିଟିପିଟି କିଛିକାଂଶରେ ଢ଼ିଲା ହୋଇଯାଇଥିଲା ।

ଏହି ଭିଡ଼ିଓ ଦୁଇଜଣଙ୍କ ଲଢ଼େଇରେ ହିଁ ସରିଯାଉଛି । ଏଥିପାଇଁ ଭିଡ଼ିଓ ଦେଖି କହିବା ମୁସ୍କିଲ ଯେ ଝିଟିପିଟି ନିଜ ସାଥିକୁ ବଞ୍ଚେଇ ପାରିଛି ନା ନାହିଁ । କିନ୍ତୁ କୁହାଯାଉଛି ଯେ, ଝିଟିପିଟି ଦୃଢ଼ ଚିନ୍ତାଧାରା ଆଗରେ ସାପକୁ ହାର ମାନିବାକୁ ପଡ଼ିଛି । ଆଉ ଧରିଥିବା ଝିଟିପିଟିକୁ ଛାଡ଼ିବାକୁ ପଡ଼ୁଛି । ତେବେ ଏହି ଭିଡ଼ିଓଟି କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ ।

 

Comments are closed.