Latest Odisha News

BREAKING NEWS

ଟିମ ଇଣ୍ଡିଆରେ ସବୁ କିଛି ଠିକ ନାହିଁ: କୋହଲି-ରୋହିତ ବିବାଦ ଘନେଇଲା

ମୁମ୍ବାଇ: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଟିମ ଇଣ୍ଡିଆ ଏକପ୍ରକାର ଦୁଇ ଫାଳ ହୋଇଯାଇଛି କହିଲେ ଭୁଲ ହେବନି । ଆଜି ବିସିସିଆଇର ଜନୈକ ଅଧିକାରୀ ଏକ ୱେବସାଇଟକୁ ସାକ୍ଷତକାର ଦେଇ କହିଛନ୍ତି ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ମତଭେଦ ରହିଛି । ଭାରତୀୟ କ୍ରିକେଟରେ କୋହଲିଙ୍କ ଯୋଗଦାନକୁ ଅଣଦେଖା କରିହେବ ନାହିଁ କିନ୍ତୁ ସେ ଟିକେ ସ୍ୱାର୍ଥପର ହୋଇ ପଡୁଛନ୍ତି । ଦକ୍ଷିଣ ଆଫ୍ରିକା ସିରିଜ ପରେ ଉଭୟ ଅଧିନାୟକଙ୍କୁ ଏକତ୍ର ବସାଇ ସମାଧାନର ରାସ୍ତା ବାହାର କରାଯିବ ବୋଲି ଅଧିକାରୀଜଣଙ୍କ କହିଛନ୍ତି । ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ହଟାଯିବା ପରେ ସେ ଏହାକୁ ଗୁରୁତ୍ୱ ସହକାରେ ନେଇଛନ୍ତି ।

ରୋହିତଙ୍କ ହାତରେ ବଲ ବାଜିଲା କିନ୍ତୁ ମାଂସପେଶୀଜନିତ ସମସ୍ୟା ଯୋଗୁ ଓହରିଲେ: ରୋହିତ ଶର୍ମା ଟେଷ୍ଟ ସିରିଜ ପୂର୍ବରୁ ଅଭ୍ୟାସ କରୁଥିବା ବେଳେ ତାଙ୍କ ହାତରେ ବଲ ବାଜିଥିଲା । ପରେ କିନ୍ତୁ ସେ ମାଂସପେଶୀଜନିିତ ସମସ୍ୟା ଯୋଗୁ ଟେଷ୍ଟ ସିରିଜରୁ ଓହରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କୋହଲିଙ୍କ ବାହାନା ବି କମ ନୁହେଁ: ରୋହିତ ଓହରଯିବାର ଠିକ ପରେ ପରେ ବିରାଟ କୋହଲି ପରିବାର ସହିତ ସମୟ କାଟିବା ପାଇଁ କହି ଦିନିକିଆ ସିରିଜରୁ ଓହରି ଯାଇଥିଲେ । ସେ ମୁମ୍ବାଇରେ ଆୟୋଜିତ ଟ୍ରେନିଂ ସେସଶନରେ ବି ଯୋଗ ଦେଇ ନ ଥିଲେ । ତାଙ୍କ ଟାଇମିଂ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଯଦି ଏ ଭଳି ଭାବେ ଚାଲେ ତାହାହେଲେ ଭାରତୀୟ ଟିମର ପ୍ରଦର୍ଶନ ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି ସିନିୟର ଖେଳାଳିମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Comments are closed.