Latest Odisha News

BREAKING NEWS

ଆଜି ନୀତି ଆୟୋଗ ଉପାଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ସ୍ୱତନ୍ତ୍ର ଫୋକସ ରାଜ୍ୟ ଦାବି ରଖିବ ଓଡ଼ିଶା

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆଜି ରାଜ୍ୟ ସରକାରଙ୍କ ସହ ବୈଠକ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ଅଧିକାରୀଙ୍କ ସହ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଆଜି ଦିନ ୧୧ଟାରୁ ଗୋଟାଏ ଯାଏ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ ।

ଆଜିର ବୈଠକରେ ଓଡ଼ିଶା ଦୋହରାଇବ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ଦାବି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ଚିଠି ଲେଖି ଦାବି ଜଣାଇଥିଲେ । ବିଜେଡି ସାଂସଦମାନେ ମଧ୍ୟ ଦିଲ୍ଲୀରେ ଦାବି ଉଠାଇଛନ୍ତି ।

ଏଥିସହ ଆଜିର ବୈଠକରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଆଗରେ ଉପସ୍ଥାପନ କରିବେ ରାଜ୍ୟ ସରକାର । ସେହିପରି ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ଭିତ୍ତି କରି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶର ପ୍ରଦୀପ ଜେନାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହେବେ । ତିନି ଦିନିଆ ଗସ୍ତରେ ଆସି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ପୁରୀ, ଚିଲିକା ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.