Latest Odisha News

BREAKING NEWS

ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କର ଜୀବନ । ଭଦ୍ରକ ଜିଲ୍ଲା ସାବରଙ୍ଗ ଛକରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକମାନଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣାସ୍ଥଳରେ ଜଣେ ଓ ହସ୍ପିଟାଲରେ ଆଉ ୨ ଜଣ ପ୍ରାଣ ହରାଇଛନ୍ତି ।

ସାବରଙ୍ଗ ଉଚ୍ଚ ବିଦ୍ୟାଳୟ ନିକଟରେ ବାଇକକୁ ପିଟି ଦେଇଥିଲା ଟ୍ରକ୍ । ବାଇକ୍ ଆରୋହୀ ଅନ୍ୟତ୍ର ଛିଟିକି ପଡିଥିଲେ । ଦୁର୍ଘଟଣାସ୍ଥଳରେ ଜଣଙ୍କର ଜୀବନ ଚାଲି ଯାଇଥିଲା । ହସ୍ପିଟାଲରେ ଆଉ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରିଛି ।

Leave A Reply

Your email address will not be published.