Latest Odisha News

BREAKING NEWS

ପୁଲୱାମାରେ ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର:ଜାମ୍ମୁ-କାଶ୍ମୀୀର ପୁଲୱାମାରେ ସୁରକ୍ଷାବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳେ ଏହି ଘଟଣା ଘଟିଥିବା ପୋଲିସ କହିଛି । ନିହତ ଆତଙ୍କବାଦୀଙ୍କର ପରିଚୟ ମିଳିନାହିଁ । ବୁଧବାର ମଧ୍ୟରାତ୍ରି ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏବେ ମଧ୍ୟ ଜାରି ରହିଛି ।

ଗତ ରାତି ଅଧ ପରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଏବେ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି । ଏନେଇ ଟୁଇଟ କରି କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ବୁଧବାର ପୁଲୱାମାର ରାଜପୁର ଅଞ୍ଚଳର ଉସଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଗତ ରବିବାର ଦିନ ଏନକାଉଣ୍ଟରରେ ଜୟଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ ।

Leave A Reply

Your email address will not be published.