Latest Odisha News

କ୍ଷତିପୁରଣ ଦାବିରେ ଧାରଣାରେ ବସିଲେ ଚାଷୀ ଓ ଭଞ୍ଜସେନା ସଙ୍ଗଠନ

ମୟୂରଭଞ୍ଜ : କ୍ଷତି ପୁରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଚାଷୀ । ବତ୍ୟା ଜୱାଦ ଚାଲିଯାଇଛି ସତ ।ହେଲେ ଚାଷୀମାନଙ୍କ ମାନଙ୍କ ଚିନ୍ତା ବଢାଇଦେ ଯାଇଛି ।ଧାର କରଜ କରି ଚାଷୀ ମାନେ ଧାନଚାଷ କରିଥିଲେ । ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଧାନ ଓ ଅନ୍ୟାନ୍ୟ ଫସଲ କ୍ଷୟକ୍ଷତି ହୋଇଛି ।

ସେପଟେ ଜୱାଦ କ୍ଷୟକ୍ଷତି ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ମୟୂରଭଞ୍ଜ ଜିଲ୍ଲାକୁ ସମ୍ପୁର୍ଣ୍ଣ ଅଣଦେଖା କରିଛନ୍ତି । ଯାହାକୁ ନେଇ ଆଜି ଗଣ ଧାରଣା ଦେଇଛନ୍ତି ଚାଷୀ ଓ ଅଣରାଜନୈତିକ ଭଞ୍ଜସେନା ସଙ୍ଗଠନ । ପଞ୍ଚାୟତ ନିର୍ବାଚନ ଆଚରଣ ବିଦ୍ଧି ଲାଗୁ ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବା ଦରକାର ବୋଲି ଚାଷୀ ମାନେ ଦାବି କରିଛନ୍ତି । ସରକାର ଖୁବ୍ ଶିଘ୍ର ଚାଷୀ ମାନଙ୍କ ସମସ୍ୟାର ସମାଧନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଚାଷୀମାନେ ।

Comments are closed.