Latest Odisha News

ଇନ୍ଦ୍ରାଣିଙ୍କ ଦାବି; ଜୀବିତ ଅଛନ୍ତି ଶିନା ବୋରା

ନୂଆଦିଲ୍ଲୀ: ୨୦୧୨ରେ ନିଜ ଝିଅ ଶିନା ବୋରାଙ୍କୁ ହତ୍ୟା କରିଥିବା ନେଇ ପୂର୍ବତନ ଗଣମାଧ୍ୟମ କାର୍ଯ୍ୟନିର୍ବାହୀ ଇନ୍ଦ୍ରାଣୀ ମୁଖାର୍ଜାଙ୍କ ଉପରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ସେ ଏବେ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଯେ ଶିନା ବୋରା ଜୀବିତ ଅଛନ୍ତି ଏବଂ ‌ସେ କାଶ୍ମୀରରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ ଇନ୍ଦ୍ରାଣୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ସେ ଜେଲରେ ଥିବା ଜଣେ ମହିଳାଙ୍କୁ ସାକ୍ଷାତ କରିଛନ୍ତି ଯିଏ କି କାଶ୍ମୀରରେ ଶିନା ବୋରାଙ୍କୁ ଭେଟିଛନ୍ତି। ସେଥିପାଇଁ ସେ କାଶ୍ମୀରରେ ଶିନା ବୋରାଙ୍କୁ ଖୋଜିବା ପାଇଁ ସିବିଆଇକୁ କହିଛନ୍ତି।

ଏହି ଚିଠି ବ୍ୟତୀତ ସେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏକ ଆବେଦନ ମଧ୍ୟ ଦେଇଛନ୍ତି ଯାହା ଖୁବ ଶୀଘ୍ର ଶୁଣାଣି ହେବାର ସମ୍ଭାବନା ରହିଛି।

୨୦୧୫ରେ ଶିନା ବୋରା ହତ୍ୟା ମାମଲାରେ ଗିରଫ ହେବା ପରେ ଇନ୍ଦ୍ରାଣୀ ମୁଖାର୍ଜୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ହାଜର ହୋଇଥିଲେ। ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଖୁବ୍ ଶୀଘ୍ର ତାଙ୍କ ଓକିଲ ସାନା ଖାନଙ୍କ ଜରିଆରେ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବାର ସମ୍ଭାବନା ରହିଛି।

Comments are closed.