Latest Odisha News

ୟୁପି ନିର୍ବାଚନ ପୂର୍ବରୁ ଏକ ହେଲେ କକା-ପୁତୁରା

ଲକ୍ଷ୍ନୌ: ଉତରପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ଗୋଟି ଚଳାଇଛନ୍ତି । ପାଖାପାଖି ୬ ବର୍ଷ ପରେ ସେ ତାଙ୍କ କକା ଶିବପାଲ ଯାଦବଙ୍କ ସହ ଆଗାମୀ ନିର୍ବାଚନ ପାଇଁ ଗଠବନ୍ଧନ କରିଛନ୍ତି । ପୂର୍ବରୁ କକା-ପୁତୁରା ଏକ ହେବା ନେଇ ଆଲୋଚନା ଜୋର ଧରିଥିଲା । ଗୁରୁବାର ଅଖିଳେଶ ହଠାତ ଶିବପାଲଙ୍କ ଘରେ ପଂହଚିଥିଲେ । ଉଭୟଙ୍କ ମଧ୍ୟରେ ୪୫ ମିନିଟ ଧରି ଆଲୋଚନା ହୋଇଥିଲା ।

ଏହା ପରେ ଅଖିଳେଶ ସୋସିଆଲ ସାଇଟରେ ଗଠବନ୍ଧନ ନେଇ ସ୍ପଷ୍ଟ କରିଥିଲେ । ୟୁପିରେ ବିଜେପି ଏବଂ ଯୋଗୀ ଆଦିତ୍ୟନାଥ ସ୍ଥିତି ମଜଭୁତ ଥିବାରୁ ଏହାର କାଟ ପାଇଁ ଅଖିଳେଶ ଛୋଟ ଛୋଟ ଦଳ ସହ ଗଠବନ୍ଧନ ଆରମ୍ଭ କରିଦେଇଛନ୍ତି ।

Comments are closed.