Latest Odisha News

BREAKING NEWS

“୨୪ ଘଣ୍ଟା ବିତିଗଲାଣି ମୋଦି ଜୀ… ଭୟ କରନ୍ତୁ ନାହିଁ”: ଖୋଲା ବିତର୍କ ପାଇଁ ପିଏମଙ୍କୁ ରାହୁଲଙ୍କ ପୁଣି ଥରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣି ଥରେ ଚ୍ୟାଲେଞ୍ଜ କରିଛନ୍ତି। ଭିଡିଓରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିତର୍କ ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରାୟ ୧ ମିନିଟ୍ ୫୦ ସେକେଣ୍ଡର ଭିଡିଓରେ ରାହୁଲ କହୁଛନ୍ତି, “ମୋଦି ଜୀ, ୨୪ ଘଣ୍ଟା ବିତିଗଲାଣି। ମୁଁ ଆପଣଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛି। ଆପଣ କହୁଛନ୍ତି ଯେ ବିରୋଧୀ ଦଳରେ ‘ଦେଶଦ୍ରୋହୀ’ ଅଛନ୍ତି। ଯେକୌଣସି ମଞ୍ଚ ବାଛନ୍ତୁ, ସ୍ଥାନ ନିର୍ଣ୍ଣୟ କରନ୍ତୁ ଏବଂ ଏହି ବିଷୟରେ ମୋ ସହିତ ବିତର୍କ କରନ୍ତୁ।”

ରାହୁଲ ଗାନ୍ଧୀ ଆହ୍ୱାନ ଦେବା ସହ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀଙ୍କ ସାହସ ଅଛି, ତେବେ ସେ ଯେକୌଣସି ସ୍ଥାନ ଓ ମଞ୍ଚ ଚୟନ କରି ସାମ୍ନାସାମ୍ନି ବିତର୍କକୁ ଆସନ୍ତୁ। ଏହି ରାଜନୈତିକ ବାଦବିବାଦ ଏବେ ସରଗରମ ହେବାରେ ଲାଗିଛି। ଏହାକୁ ନେଇ ଚାରିଆଡେ ଜୋରଦାର ଚର୍ଚ୍ଚା ଚାଲିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଏକତା ଦିବସ’ ଭାଷଣର ଜବାବ ଦେଇ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ବିଦେଶୀ ସହାୟତା ବଳରେ ହିଁ ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ପଦବୀରେ ରହିଛନ୍ତି । ଦେଶର ଆର୍ଥିକ ବ୍ୟବସ୍ଥା ଓ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବିଦେଶୀ ଶକ୍ତି ନିୟନ୍ତ୍ରଣ କରୁଥିବା ସେ ଦାବି କରିଛନ୍ତି।

ପ୍ରଥମ ଆହ୍ୱାନର ୨୪ ଘଣ୍ଟା ବିତିଯିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କୌଣସି ଜବାବ ନ ମିଳିବାରୁ ରାହୁଲ ସୋସିଆଲ ମିଡିଆରେ ପୁଣିଥରେ ଏହି ବିତର୍କ ଚ୍ୟାଲେଞ୍ଜକୁ ଦୋହରାଇଛନ୍ତି । ସେ କହିଛନ୍ତି, “ଆପଣ କାହାକୁ ବି ବିଚାରପତି (ଜଜ୍) କରିପାରିବେ, ଚାହିଁଲେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ବିଚାରପତି କରିପାରିବେ, କିନ୍ତୁ ବିତର୍କକୁ ଆସନ୍ତୁ”। ଏହି ଖୋଲା ବିତର୍କରେ ସେ ଆମେରିକା ଡିଲ୍, ଆଦାନୀ ମାମଲା, ଜେଫ୍ରି ଏପଷ୍ଟାଇନ ପ୍ରସଙ୍ଗ ଏବଂ ବିରୋଧୀ ଦଳଙ୍କୁ ‘ଦେଶଦ୍ରୋହୀ’ କହିବା ଭଳି ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି।

ରାହୁଲଙ୍କ ଏହି ଆହ୍ୱାନ ଉପରେ ଭାରତୀୟ ଜନତା ପାର୍ଟି (BJP) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ମୁଖପାତ୍ର ରାହୁଲ ଗାନ୍ଧୀଙ୍କୁ ଜଣେ ‘ଠକ’ ବୋଲି କହିବା ସହ ସେ ନିଜେ ବିଦେଶ ଗସ୍ତ ସମୟରେ ଭାରତ ବିରୋଧୀ ଶକ୍ତିଙ୍କୁ ସହାୟତା ମାଗୁଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

Leave A Reply

Your email address will not be published.