Latest Odisha News

BREAKING NEWS

ରଣଜୀ ଟ୍ରଫି: ଆଦିତ୍ୟ, ଅନୁକୂଳଙ୍କ ଦମଦାର ବ୍ୟାଟିଂ; ଓଡ଼ିଶା ବିପକ୍ଷରେ ଝାଡ଼ଖଣ୍ଡର ପ୍ରତ୍ୟାବର୍ତ୍ତନ

ଭୁବନେଶ୍ୱର:ଭୁବନେଶ୍ୱରର କିଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍-ସି ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୨୫୮ ରନ୍ ସଂଗ୍ରହ କରିଛି ।  ପ୍ରଥମ ଦିନର ୩୭/୩ ସ୍କୋରରୁ ଖେଳ ଆରମ୍ଭ କରିଥିବା ଝାଡ଼ଖଣ୍ଡ ୭୮ ରନ୍‌ରେ ଅଧିନାୟକ ବିରାଟ ସିଂହ (୩୯ ରନ୍) ଙ୍କ ୱିକେଟ୍ ହରାଇଥିଲା । ନିନାଦ ରଥବା ତାଙ୍କୁ ଆଉଟ୍ କରିଥିଲେ । ଏହାପରେ ଆଦିତ୍ୟ ସିଂହ ଏବଂ ଅଲରାଉଣ୍ଡର ଅନୁକୂଳ ରୋୟ ମିଶି ୫ମ ୱିକେଟ୍ ପାଇଁ ୧୫୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରି ଓଡ଼ିଶାର ବୋଲିଂ ଆକ୍ରମଣକୁ ବିଫଳ କରିଥିଲେ ।

ଆଦିତ୍ୟ ସିଂ ୨୮୩ଟି ବଲ୍‌ର ସାମ୍ନା କରି ଧୈର‌୍ୟ୍ୟପୂର୍ଣ୍ଣ ୯୪ ରନ୍ କରି ଅପରାଜିତ ଅଛନ୍ତି । ଅନୁକୂଳ ରୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୭ଟି ଚୌକା ଓ ୨ଟି ଛକା ସହ ୧୪୦ ବଲ୍‌ରୁ ୮୯ ରନ୍ କରିଥିଲେ । ବାଦଲ ବିଶ୍ୱାଳ ତାଙ୍କୁ ନିନାଦଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଓଡ଼ିଶା ବୋଲିଂ: ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୨ଟି ୱିକେଟ୍ (୨/୩୦) ନେଇଛନ୍ତି ।

ସଂକ୍ଷିପ୍ତ ସ୍କୋରବୋର୍ଡ: ଝାଡ଼ଖଣ୍ଡ (ପ୍ରଥମ ଇନିଂସ): ୨୫୮/୫ (ଆଦିତ୍ୟ ସିଂହ ୯୪ , ଅନୁକୂଳ ରୋୟ ୮୯; ରାଜେଶ ମହାନ୍ତି ୨/୩୦)।

Leave A Reply

Your email address will not be published.