Latest Odisha News

ପେଗାସସ୍‌ ଗୁଇନ୍ଦାଗିରି ପ୍ରସଙ୍ଗରେ ମମତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା; ପଶ୍ଚିମବଙ୍ଗ ତଦନ୍ତ କମିଶନଙ୍କ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିଯୁକ୍ତ ଆୟୋଗକୁ ସ୍ଥଗିତ ରଖିଛନ୍ତି। ପଶ୍ଚିମବଙ୍ଗ ସରକାର ପୂର୍ବତନ ଜଜ୍ ମଦନ ବି ଲୋକୁରଙ୍କ ନେତୃତ୍ୱରେ ଏକ ନିଯୁକ୍ତ କମିଶନ ଗଠନ କରାଯାଇଥିଲା।

ଏହାପୂର୍ବରୁ ଅକ୍ଟୋବର ଶେଷ ସପ୍ତାହରେ ପେଗାସସ୍ ସଫ୍ଟୱେୟାର ବ୍ୟବହାର କରି ଅନଧିକୃତ ଗୁଇନ୍ଦାଗିରି ଅଭିଯୋଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଥିଲେ। ବୈଷୟିକ ବିଶେଷଜ୍ଞଙ୍କ ଏହି କମିଟି କୋର୍ଟର ତତ୍ତ୍ବାବଧାନରେ କାର୍ଯ୍ୟ କରିବ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି କମିଟିରେ ତିନୋଟି ବୈଷୟିକ ବିଶେଷଜ୍ଞ ରହିବେ ଏବଂ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଆର.ଭି ରବୀନ୍ଦ୍ରନ୍ କମିଟିର କାର୍ଯ୍ୟର ତଦାରଖ କରିବେ। କମିଟି ସମସ୍ତ ଅଭିଯୋଗର ଅନୁଧ୍ୟାନ କରିବ ଏବଂ ଏହାର ରିପୋର୍ଟ କୋର୍ଟରେ ଦାଖଲ କରିବ। ଆଠ ସପ୍ତାହ ପରେ ପୁନର୍ବାର ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

Comments are closed.