Latest Odisha News

ବ୍ରାହ୍ମଣଙ୍କୁ ଗାଳି ଦେଇ ଫସିଲେ ଜିତନ ରାମ ମାଂଝୀ

ପାଟନା:ବ୍ରାହ୍ମଣଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରି ଫସିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ । ଭୂୟାଁ ମୁସହର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଝୀ ଯୋଗ ଦେଇଥିଲେ । ଏଠାରେ ସେ କହିଥିଲେ ବ୍ରାହ୍ମଣମାନେ ସତ୍ୟ ନାରାୟଣ ପୂଜା କରିବାକୁ ଆସିବା ବେଳେ କୁହନ୍ତି ଆପଣଙ୍କ ଘରେ କିଛି ଖାଇବୁ ନାହିଁ, ଯାହା କିଛି ଟଙ୍କା ଦକ୍ଷିଣା ବାବଦକୁ ଦିଅନ୍ତୁ । ଏହା କହିବା ବେଳେ ସେ ଭାଷାର ସଂଯମତା ମଧ୍ୟ ପାର କରି ଯାଇଥିଲେ । ତାଙ୍କର ଏହି ବୟାନକୁ ସମସ୍ତ ପାର୍ଟି ସମାଲୋଚନା କରିଛନ୍ତି ।

ପରେ ମାଂଝୀ ଏ ନେଇ କ୍ଷମା ମାଗି କହିଛନ୍ତି, ମୁଁ ବ୍ରାହ୍ମଣମାନଙ୍କ କ୍ଷେତ୍ରରେ ଏହି ବାକ୍ୟ ବ୍ୟବହାର କରି ନାହିଁ । ନିଜ ଜାତିର ଲୋକଙ୍କୁ ବିରକ୍ତ ହୋଇ କହିଥିଲି । ଏହା ସତ୍ୱେ ଯଦି ବ୍ରାହ୍ମଣ ସମାଜକୁ ମୋ ବାକ୍ୟ ଆଘାତ ଦେଇଛି, ମୁଁ କ୍ଷମା ପ୍ରାର୍ଥନା କରୁଛି । ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂଘ ପର୍ଶୁରାମ ସେବା ସଂସ୍ଥାନ ମାଝୀଙ୍କ ବିରୋଧରେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ।

Comments are closed.