Latest Odisha News

BREAKING NEWS

ବିଜେବି କଲେଜ ପୁରାତନ ବିଦ୍ୟାର୍ଥୀ ସଂଘ ‘ବିଜେବି ଫ୍ରେଣ୍ଡସ୍’ର ସଭାଗୃହ ଉଦଘାଟିତ

ଭୁବନେଶ୍ବର : ବିଜେବି କଲେଜ ପୁରାତନ ଛାତ୍ରଛାତ୍ରୀ ସଂଘ ‘ବିଜେବି ଫ୍ରେଣ୍ଡସ୍’ର ନୂତନ ସଭାଗୃହ ଉଦଘାଟିତ ହୋଇଛି । ବିଜେବି କଲେଜ ପରିସରରେ ନିର୍ମିତ ଏହି ଗୃହକୁ କଲେଜର ପୂର୍ବତନ ଛାତ୍ର ତଥା ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି, ସାମାଜିକ ସୁରକ୍ଷା, ସାର୍ବଜନୀନ ଉଦ୍ୟୋଗ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ମୋ କଲେଜ ଅଭିଯାନ’ରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମନ୍ତ୍ରୀ ଅଶାକ ପଣ୍ଡା । ବିଜେବି କଲେଜର ଦ୍ବିତୀୟ କ୍ୟାମ୍ପସ ନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି । ଖୁବଶୀଘ୍ର ଏହାର ସ୍ଥାନ ନିରୂପଣ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟମ।ନଙ୍କ ମଧ୍ୟରେ ପୁରାତନ ଛାତ୍ର ତଥା ବିଜେବି ଫ୍ରେଣ୍ଡସ କୋର କମିଟି ସଦସ୍ୟ ଏବଂ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଡେପୁଟି ଗଭର୍ଣ୍ଣର ତଥା ବିଜେବି ଫ୍ରେଣ୍ଡସ ସଦସ୍ୟ ହାରୁନ ଖାନ, ଅଶୋକ ମହାନ୍ତି, ଶିବାନନ୍ଦ ରାୟ, ଆର୍.କେ ଚୌଧୁରୀ, କେ.ସି ପାତ୍ର, ପି.କେ ମହାନ୍ତି, ବିଜେବି କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର, ବିଜେବି ଫ୍ରେଣ୍ଡସର କାର୍ଯ୍ୟକାରୀ ସଭାପତି ଦେବୁ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ସତ୍ୟବ୍ରତ ଧୁପଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ନେଇ ମତ ରଖିଥିଲେ ।

Leave A Reply

Your email address will not be published.