Latest Odisha News

ମାସିକ ଓ ତ୍ରୟୋମାସିକ ସିଜିନ୍ ଟିକେଟର ବୈଧତା ବଢ଼ାଇଲା ରେଳ ମନ୍ତ୍ରଣାଳୟ

ଭୁବନେଶ୍ବର : ରେଳଯାତ୍ରୀଙ୍କ ପାଇଁ ନୂଆ ସୂଚନା । କୋଭିଡ ମହାମାରୀ ସମୟରେ ଲକଡାଉନ ଯୋଗୁଁ ବୈଧତା ଶେଷ ହୋଇଥିବା ମାସିକ ଓ ତ୍ରୟୋମାସିକ ସିଜିନ୍ ଟିକେଟ୍ ଗୁଡିକର ବୈଧତାକୁ ବଢ଼ାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ ।

ଲକଡାଉନ ସମୟରେ ବୈଧତା ଶେଷ ହୋଇଥିବା ବିଭିନ୍ନ ବର୍ଗର ଯାତ୍ରୀଙ୍କ ପାଇଁ ମାସିକ ଓ ତ୍ରୟୋମାସିକ ସିଜିନ୍ ଟିକେଟ୍ ଗୁଡିକର ବୈଧତା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ଅନୁମତି ଦେଇଛି । ଏହାକୁ ଦୃଷ୍ଟିରେ ରଖି ଲକଡାଉନ ସମୟରେ ଶେଷ ହୋଇଥିବା ସିଜିନ ବୈଧତାକୁ ପୂର୍ବତଟ ରେଳପଥ ଡିସେମ୍ବର ୧୦ ତାରିଖ ଠାରୁ ଲାଗୁ କରିଛି । ଲକଡାଉନ ସମୟରେ ଯାତ୍ରା କରି ପାରିନଥିବା ଅବଶିଷ୍ଟ ଦିନ ଗୁଡିକୁ ଯାତ୍ରୀଙ୍କ ପପାଇଁ ବୃଦ୍ଧି କରାଯାଇଛି । ଲକଡାଉନ ସମୟରେ ସମାପ୍ତ ହୋଇଥିବା ସିଜିନ୍ ଟିକେଟର ବୈଧତା ବୃଦ୍ଧି ରେଳବାଇ ପ୍ରଣାଳୀରେ ଅନ୍ତର୍ଭୂକ୍ତ ହୋଇଛି ।

Comments are closed.