Latest Odisha News

ଓଡ଼ିଶାର ୧୫ଟି ସ୍ଥାନରେ ୧୦ଡ଼ିଗ୍ରୀ କିମ୍ବା କମ୍ ରାତ୍ର ତାପମାତ୍ରା ରେକର୍ଡ଼

ଭୁବନେଶ୍ୱର: ଓଡ଼ିଶାର ୧୫ଟି ସ୍ଥାନରେ ୧୦ ଡ଼ିଗ୍ରୀ କିମ୍ବା ତାଠାରୁ କମ୍ ରାତି ତାପମାତ୍ରା ରେକର୍ଡ଼ ହୋଇଛି । ୫ଡ଼ିଗ୍ରୀ ରାତି ତାପମାତ୍ରା ସହ ଫୁଲବାଣୀ ଓଡ଼ିଶା ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

୧୦ ଡ଼ିଗ୍ରୀ ତଳେ ଥିବା ସ୍ଥାନଗୁଡ଼ିକ ହେଲା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ, ଟିଟିଲାଗଡ଼, ଦାରିଙ୍ଗବାଡ଼ି, ବୌଦ୍ଧ, ରାୟଗଡ଼ା । କଟକରେ ୧୦.୮ ଓ ଭୁବନେଶ୍ୱରରେ ୧୦.୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ ହୋଇଛି ।

ଝାରସୁଗୁଡ଼ା ୭.୧ ଡ଼ିଗ୍ରୀ, କେନ୍ଦୁଝର ୭.୬ ଡ଼ିଗ୍ରୀ, ସମ୍ବଲପୁର ୯.୫ ଡ଼ିଗ୍ରୀ, ସୁନ୍ଦରଗଡ଼ ୭.୫ ଡ଼ିଗ୍ରୀ, ଭବାନୀପାଟଣା ୮.୦ ଡ଼ିଗ୍ରୀ, ବଲାଙ୍ଗୀର ୯.୦ ଡ଼ିଗ୍ରୀ, ଫୁଲବାଣୀ ୫.୦ ଡ଼ିଗ୍ରୀ, ଟିଟିଲାଗଡ଼ ୭.୩ ଡ଼ିଗ୍ରୀ, ଦାରିଙ୍ଗବାଡ଼ି ୬.୫ ଡ଼ିଗ୍ରୀ, ବୌଦ୍ଧ ୯.୬ ଡ଼ିଗ୍ରୀ, ରାୟଗଡ଼ା ୮.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଥଣ୍ଡା ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି ।

Comments are closed.