Latest Odisha News

[ଭିଡ଼ିଓ] ଗୋଲଡେନ୍ ପେଣ୍ଟିଂରେ ନୀରଜ ଚୋପ୍ରାଙ୍କୁ ଚିତ୍ରଶିଳ୍ପୀଙ୍କ ଜନ୍ମ ଦିନ ଶୁଭେଚ୍ଛା

ଭୁବନେଶ୍ୱର: ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ବର୍ଥ ଡେ । ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି ନୀରଜ । ଟୋକିଓ ଅଲିମ୍ପିକ୍ସରେ ୨୦୨୧ରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗୌରାବାନ୍ୱିତ କରିଥିଲେ । ତାଙ୍କର ଆଜି ଜନ୍ମ ଦିବସରେ ନୀରଜଙ୍କୁ ଫ୍ୟାନ୍ ମାନଙ୍କର ଅନେକ ଶୁଭେଚ୍ଛାର ସୁଅ ଛୁଟୁଛି ।

ସେହିଭଳି ନୀରଜଙ୍କ ଜନ୍ମ ଦିନରେ ଏକ ନିଆରା ଢଙ୍ଗରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ। ବେଲୁନ୍ ରେ ସୁନ୍ଦର ରଙ୍ଗ ଦେଇ ନୀରଜଙ୍କ ଚିତ୍ର ଆଙ୍କିଛନ୍ତି ।

ଏହି ପେଣ୍ଟିଂରେ ବେଲୁନ୍ ଉପରେ ଗୋଲଡେନ୍ ରଙ୍ଗ ଦେଇ ସୁନ୍ଦର ଭାବେ ନୀରଜଙ୍କ ଚିତ୍ର ଅଙ୍କାଯାଇଛି । ଆଉ ଏହି ଗୋଲଡେନ୍ ପେଣ୍ଟିଂ ମାଧ୍ୟମରେ ପ୍ରିୟଙ୍କା ଜଣାଇଛନ୍ତି ଜନ୍ମ ଦିନର ଶୁଭେଚ୍ଛା ।

Comments are closed.