ଦିଲ୍ଲୀ : ଶ୍ମଶାନରେ ଚାଲିଥିଲା ଅନ୍ତିମ ସଂସ୍କାର । ହଠାତ୍ ଉଠିପଡିଲା ଶବ । ରାଜଧାନୀ ଦିଲ୍ଲୀରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ନରେଲା ଅଞ୍ଚଳରେ ୬୨ ବର୍ଷୀୟ ବୃଦ୍ଧା ସତୀଶ ଭରଦ୍ୱାଜଙ୍କ ରବିବାର ସକାଳୁ ମୃତ୍ୟୁ ହୋଇଯାଇଥିଲା ।
ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନେଇଯାଇଥିଲେ । ଠିକ୍ ଏହି ସମୟରେ ଚିତାଗ୍ନି ଲଗାଯିବା ପୂର୍ବରୁ ବୃଦ୍ଧା ଜଣକ ଉଠି ପଡିଥିଲେ । ଏହି ଘଟଣା ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । ମୃତକଙ୍କୁ ମୁଖାଗ୍ନି ଦେବାପାଇଁ କଫିନରୁ ବାହାରକୁ ବାହର କରିବା ସମୟରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ପରେ ପରିବାର ଲୋକ ଦିଲ୍ଲୀ ପୋଲିସକୁ ଖବର ଦେଇ ଏହି ବିଷୟରେ ଜଣାଇଥିଲେ । ପରେ ଡାକ୍ତର ଆସି ଶ୍ମଶାନ ଘାଟରେ ପହଁଞ୍ଚିଥିଲେ । ଦେଖିଲେ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲିଛି । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।
Comments are closed.