Latest Odisha News

ରିଲାଏନ୍ସ ଫାଉଣ୍ଡେସନ ହଜାର ହଜାର ପିଲାଙ୍କ ପାଇଁ ଆଣିଦେଲା ଉତ୍ସବର ଆନନ୍ଦ

ଭୁବନେଶ୍ବର : ଶେଷ ହେବାକୁ ଯାଉଛି ବର୍ଷ ୨୦୨୧ । ଆରମ୍ଭ ହେବ ନୂଆବର୍ଷ । ନୂଆବର୍ଷ ପାଳନ କରିବାକୁ ଦେଶବାସୀ ପ୍ରସ୍ତୁତ ଥିବା ବେଳେ, ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି । ଭୁବନେଶ୍ବର ସମେତ ଦେଶର ୧୧ଟି ସହରରେ ୨୬ଟି ଏନଜିଓ ସହଭାଗିତାରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୫୦୦୦ ପିଲାଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଗୁଡିଜ୍‍ ବ୍ୟାଗ୍‍ ଏବଂ ଉପହାର ବଣ୍ଟନ କରାଯାଇଛି । ଏହି ଶିକ୍ଷଣୀୟ ଗୁଡିଜ୍‍ ବ୍ୟାଗରେ ପାଠ୍ୟ ଉପକରଣ, ମାନସ ମନ୍ଥନକାରୀ ଖେଳ, ମଡୁଲାର ହୁଲା ହୁପ୍‍, ଖେଳନା ଏବଂ କିଛି ଚକୋଲେଟ ରହିଛି । ଏହି ଗିଫ୍ଟ ବ୍ୟାଗରେ ପିଲାଙ୍କ ପାଇଁ କୋଭିଡରୁ ସୁରକ୍ଷା ପ୍ରଦାନ କରୁଥିବା ସାନିଟାଇଜର ଏବଂ ମାସ୍କ ରହିଛି ।

ଏହି ପ୍ରୟାସର ଅଂଶସ୍ବରୂପ ଭୁବନେଶ୍ବରରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୬୦୦ ପିଲାଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଗୁଡିଜ୍‍ ବ୍ୟାଗ ଏବଂ ଉପହାର ତିନିଟି ସହଭାଗୀ ଏନଜିଓ, ଅଙ୍କୁର ଫାଉଣ୍ଡେସନ, ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ ଏବଂ ପରିବର୍ତ୍ତନ ସହଯୋଗରେ ବଣ୍ଟନ କରାଯାଇଛି । ଏନଜିଓ ସହଯୋଗୀମାନେ ଭୁବନେଶ୍ବରର ସାଲିଆ ସାହି, ବାଣୀବିହାର ନିକଟ ବିଶେଶ୍ବର ବସ୍ତି, ୟୁନିଟ-୯ ନିକଟ ମା’ ଭଗବତୀ ବସ୍ତି, ପୁନାମା ଗେଟ୍‍ ନିକଟ କେଳା ସାହି, ସୁନ୍ଦରପଦା ନିକଟ ଭୋଇ ସାହି ବସ୍ତି ଏବଂ ମଞ୍ଚେଶ୍ବର ନିକଟ ଧିରିକୁଟି ବସ୍ତି ସମେତ ବିଭିନ୍ନ ବସ୍ତି ଅଞ୍ଚଳରେ ଅବହେଳିତ ବର୍ଗର ପିଲାଙ୍କୁ ଏହି ଗୁଡିଜ୍‍ ବ୍ୟାଗ ଏବଂ ଉପହାର ପ୍ରଦାନ କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନ ତାହାର କୋଭିଡ ସୁରକ୍ଷା ଅଭିଯାନର ଅଂଶବିଶେଷ ଭାବରେ କୋଭିଡ ୧୯ ନିରାପତ୍ତା ନିୟମାବଳୀ ପାଳନ କରିବାକୁ ନିରନ୍ତର ଭାବରେ ପ୍ରାଧାନ୍ୟ ଦେବା ସହିତ ପୂର୍ବରୁ ନିଜର ଏନଜିଓ ସହଯୋଗୀ, କୃଷକ ଉତ୍ପାଦନକାରୀ କମ୍ପାନୀ ସମୂହ, ପୌର କାର୍ଯ୍ୟାଳୟ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଗୁଡିକ ଜରିଆରେ ଓଡ଼ିଶାର ୨୫ଟି ଜିଲ୍ଲାରେ ୧୦ ଲକ୍ଷରୁ ଅଧିକ ମାସ୍କ ଯୋଗାଇ ଦେଇସାରିଛି । ଏନଜିଓ ସହଯୋଗୀଙ୍କ ସହିତ ମିଶି ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ପୁରୀ ଓ କୋରାପୁଟ ଜିଲ୍ଲାରେ ୭ରୁ ୧୦ ବର୍ଷ ବୟସର ପିଲାଙ୍କ ମଧ୍ୟରେ ପ୍ରାୟ ୫୦ ହଜାର ସ୍ବତନ୍ତ୍ର ଶିଶୁ ମାସ୍କ ବଣ୍ଟନ କରିଛି ।

Comments are closed.