Latest Odisha News

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ପାନବରଜ ଦେଇ ୧୪ ବରଜିଙ୍କୁ ମିଳିଲା ୩୦ ଲକ୍ଷ ଟଙ୍କା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଜାରି ରହିଛି ପ୍ରଶାସନିକ କାର୍ଯ୍ୟ । ଆଜି ଢ଼ିଙ୍କିଆ ପଞ୍ଚାୟତର ପାଟଣା ଗାଁରେ ୮ଟି ପାନବରଜର ମାପଚୁପ କରାଯାଇଛି । ଢ଼ିଙ୍କିଆରେ ଆଜି ୨ଟି ପାନବରଜ ଭଙ୍ଗା ଯାଇଥିବା ବେଳେ, ଗୋବିନ୍ଦପୁର ଗାଁର ୫ଟି ବରଜ ଭଙ୍ଗା ଶେଷ ହୋଇଛି । କ୍ଷତିପୂରଣ ବାବଦକୁ ଗୋବିନ୍ଦପୁର ଗାଁର ୯ଟି ପାନବରଜ ପାଇଁ ୧୪ ଜଣ ହିତାଧିକାରୀଙ୍କୁ ପ୍ରାୟ ୩୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପ୍ରକଳ୍ପ ପାଇଁ ଦୁଇଟି ଟିମ୍ ପାନ ବରଜ ଭଙ୍ଗା କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି । ଏରସମା ତହସିଲଦାରଙ୍କ ନେତୃତ୍ବରେ ସ୍ଥାନୀୟ ଥାନାର ଅଧିକାରୀ ଓ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଛି । ଆଗାମୀ ଦିନରେ ପାନବରଜ ଭଙ୍ଗା କାର୍ଯ୍ୟ ଜାରି ରହିବା ସହିତ କମ୍ପାନୀ ପକ୍ଷରୁ ସାମାଜିକ ଓ ଅର୍ଥନୈତିକ ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ କରାଯିବ । ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

Comments are closed.