ବୁଗୁଡ଼ା:ଅର୍ଣ୍ଣବ ପ୍ରଭାବରେ ତୁହାକୁ ତୁହା ବର୍ଷା ରାଜ୍ୟରେ ଜାରି ରହିଛି । ଫଳରେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରିସ୍ଥିତ ବାଘୁଆ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିଲା। ଜଳଭଣ୍ଡାରର ସୁରକ୍ଷିତ ଓ ଜଳସ୍ତରର ବିପଦକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ
ଜଳଭଣ୍ଡାରର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରି ବାଘୁଆ ନଦୀରେ ଛାଡ଼ଛି । ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୩.୮୫ ମିଟର ।
ବର୍ତ୍ତମାନ ବାଘୁଆ ଜଳଭଣ୍ଡାରର ଜଳସ୍ତରର ଉଚ୍ଚତା ୧୧୩.୧୫ ମିଟର ଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୦୪ ଘନ ମିଟର ଜଳ ଜଳଭଣ୍ଡାରରେ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୨ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୭୬ ଘନ ମିଟର ଜଳ ନିଷ୍କାସିତ ହେଉଛି।
ସୂଚନାଥାଉକି, ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଂଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବଜୀବନ ମହାପାତ୍ର ଓ ତାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରର ୨ଟି ସ୍ପିଲ ଓ୍ବେ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳକୁ ନିଷ୍କାସନ କରାଯାଇଥିଲା।
ସୂଚନାଥାଉକି, ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପୂର୍ବରୁ ବିଭାଗୀୟ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ନଦୀକୁ କେହି ନ ଯିବା ସହ ଗୃହ ପାଳିତ ପଶୁମାନଙ୍କୁ ନଦୀକୁ ନଛାଡ଼ିବା ନେଇ ସତର୍କ ସୂଚନା ଦେଇଥିଲେ ।

