Latest Odisha News

BREAKING NEWS

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା !

ପୁରୀ: କିଛି ଘଣ୍ଟାର ବ୍ୟବଧାନ ପରେ ଓଡ଼ିଶା ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ଫନି । ବାତ୍ୟା ଫନିକୁ ନେଇ ସମଗ୍ର ରାଜ୍ୟ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଉପରେ ଉଡୁଥିବା ପତିତପାବନ ବାନା ଗୁରୁବାର ସକାଳୁ କେଉଁଆଡ଼େ ଉଡ଼ିଯାଇଥିବାର ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣାକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ମହାପ୍ରଭୁଙ୍କ କୋଟି କୋଟି ଭକ୍ତମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

ଏପରି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଏବେ ପୁନର୍ବାର ନୂଆ ବାନା ବାନ୍ଧିବା କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ମହାସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଓଡ଼ିଶା ଉପକୂଳ ବିଶେଷ କରି ପୁରୀ ଆଡ଼କୁ ଭୀଷଣ ରୂପ ନେଇ ମାଡ଼ି ଆସୁଥିବା ବେଳେ ପୁରୀର ଦକ୍ଷିଣ ଭାଗରେ ଏହା ସ୍ଥଳପଥ ଛୁଇଁବାର ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ, ଏହି ସାମୁଦ୍ରିକ ଝଡ଼ ଗୋପାଳପୁର-ଚାନ୍ଦବାଲି ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଥିବା ବେଳେ ପୁରୀଠାରେ ସ୍ଥଳପଥ ଛୁଇଁବ । ତେବେ ଏହି ସମୟରେ ପ୍ରାୟ ୨୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.