ଚିତ୍ତରଞ୍ଜନ ସୁବୁଦ୍ଧି
ତୁମ ଗାଁ ଆସିଲେ
ତୁମେ ଭାରି ମନପଡ଼
ଗାଁର ସେହି ଗୋଧୁଳି ଲଗ୍ନରେ
ତୁମ ଝାପସା ଛବି
ଏବେ ବି ଆନ୍ଦୋଳିତ କରେ
ମନ ପ୍ରାଣ ।
ଗାଁର ଭିଜା ମାଟିର ବାସ୍ନା
ଏବେ ବି ରୋମାଞ୍ଚିତ କରେ
ସଞ୍ଜ ନଇଁଲେ ରାତି ବଢିଗଲେ
ଗହନ ରାତିରେ ପ୍ରଦୀପ ଯେବେ ଲିଭ ଲିଭି ଆସେ
ଅନ୍ଧାର ରାତିରେ ଜହ୍ନର ରୂପେଲି କିରଣ
ଘାସ ଗାଲିଚାରେ ବିଚ୍ଛୁରିତ ହୋଇଯାଏ
ତୁମ ମୁହଁ ମନେପଡେ
ଏବେ ବି ତୁମ ଗାଁ ନଈ ପାର ହେଲେ
କାଉଁରୀ ପବନରେ ତୁମ ମୁହଁ ଦିଶିଯାଏ
ତୁମେ ଭାରି ମନପଡ଼ ।