Latest Odisha News

BREAKING NEWS

ସାମୁଦ୍ରିକ ଝଡ ‘ଫନି’ର ପ୍ରଭାବ ‘ତିତଲି’ଠୁ ଅଧିକ ଭୟଙ୍କର ହେବ : ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଏକ୍ସଟ୍ରିମଲି୍ ସାଇକ୍ଲୋନିକ୍ ଷ୍ଟ୍ରମ୍ ରୂପ ନେଇ ଓଡିଶା ଉପକୂଳର ନିକଟବର୍ତ୍ତୀ ହେଉଥିବା ବେଳେ ଏହା ‘ତିତଲି’ ବାତ୍ୟା ଠାରୁ ଅଧିକ ଭୟଙ୍କର ହେବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପାଣିପାଗ ବିଭାଗର ଡପଲର ରାଡର୍ ଅନୁଯାୟୀ, ଓଡିଶାରେ ଅନୁଭୂତ ହୋଇଥିବା ‘ତିତଲି’ ବାତ୍ୟା ଠାରୁ ସାମୁଦ୍ରିକ ଝଡ ‘ଫନି’ର ତୀବ୍ରତା ବହୁଗୁଣରେ ଅଧିକ ତଥା ଏହାର ଆକାର ଭୟଙ୍କର ହେବ ବୋଲି ଆଶଙ୍କା କରାଯାଇଛି । ତେବେ ୨୦୧୩ ମସିହାରେ ଓଡିଶାରେ ଅନୁଭୂତ ହୋଇଥିବା ‘ଫାଇଲିନ୍’ ବାତ୍ୟା ଠାରୁ ଏହାର ତୀବ୍ରତା କମ୍ ରହିବ । ମାତ୍ର ଓଡିଶା ଉପକୂଳରେ ୨୦୧୪ରେ ଅନୁଭୂତ ହୋଇଥିବା ‘ହୁଡହୁଡ’ ବାତ୍ୟା ପରି ଏହାର ପ୍ରଭାବ ସମାନ ରହିବ ବୋଲି ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସାମୁଦ୍ରିକ ଝଡ ‘ଫନି’ ୧୯୯୯ ମସିହାର ମହାବାତ୍ୟା ଭଳି ସେତେଟା ପ୍ରଭାବ ପକାଇବ ନାହିଁ ।

Leave A Reply

Your email address will not be published.