Latest Odisha News

ମାଓବାଦୀ ପ୍ରଜାକୋର୍ଟରେ ତିନିଜଣଙ୍କୁ ମୃତ୍ୟୁଦଣ୍ଡ

ମାଲକାନଗିରି: ପ୍ରତିଦିନ ସାମ୍ନାକୁ ଆସୁଛି ମାଓ ଶିବିର ଠାବ ଖବର ସାଙ୍ଗକୁ ଏନ୍‌କାଉଣ୍ଟର୍ ଘଟଣା । ତଥାପି ଚୁପ୍ ବସିନାହାଁନ୍ତି ମାଓ ସଙ୍ଗଠନ । ଖାସ କରି ଓଡିଶାର ମାଲକାନଗିରି ଓ ଛତିଶଗଡ ରାଜ୍ୟରେ ସକ୍ରିୟ ରହିଛନ୍ତି ଲାଲ ବାହିନୀ । ଆଜି ପ୍ରଜାକୋର୍ଟରେ ତିନିଜଣଙ୍କୁ ଇନ୍‌ଫର୍ମର୍ ସନ୍ଦେହରେ ମୃତ୍ୟୁଦଣ୍ଡ ମିଳିବା ଚାଚଂଲ୍ୟ ସୃଷ୍ଟି କରିଛି ।

ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଇଡାମର ଜଙ୍ଗଲରେ ମାଓବାଦୀଙ୍କ ନେତ୍‌ୃତ୍ୱରେ ପ୍ରଜାକୋର୍ଟ ବସିଥିଲା । ସେହି ଅବସରରେ ତିନିଜଣଙ୍କୁ ପୋଲିସ ଇନ୍‌ଫର୍ମର୍ ସନ୍ଦେହରେ ହତ୍ୟା କରାଯାଇଥିବା ସୂଚନା ରହିଛି । ମୃତଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଜଣ ପୁରୁଷ ଥିବା ଜଣାପଡିଛି । ପ୍ରଜାକୋର୍ଟ ତଥା ତିିନିଜଣଙ୍କ ହତ୍ୟା ଘଟଣା ନେଇ ଖୋଦ ବିଜାପୁର ଏସ୍‌ପି କୋମଲ୍ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.