Latest Odisha News

ପ୍ରକାଶ ପାଇଲା ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାଫଳ, ୫୦୦ରୁ ୪୯୯ ନଂ ରଖିଲେ ୧୩ ଜଣ ଟପ୍ପର୍

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

ଏହି ପରୀକ୍ଷାରେ ମୋଟ ୧୩ ଜଣ ଛାତ୍ରଛାତ୍ରୀ ମୋଟ ୫୦୦ ମାର୍କରୁ ୪୯୯ ରଖି ଟପ୍ପର ହୋଇଛନ୍ତି।

ସିବିଏସଇ ଦଶମ ପରୀକ୍ଷା ଫଳରେ ପୁଅଙ୍କ ବଦଳରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ପୁଅଙ୍କ ପାସ୍ ହାର ୯୦.୧୪ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ୍ ହାର ୯୨.୪ ପ୍ରତିଶତ ରହିଛି।

ସିବିଏସଇର ଅଫିସିଆଲ୍ ୱେବସାଇଟରେ ଛାତ୍ରଛାତ୍ରୀମାନେ cbseresults.nic.in ରେଜଲ୍ଟ ଦେଖିପାରିବେ।

Leave A Reply

Your email address will not be published.