ଭୁବନେଶ୍ୱର: ରାଜ୍ୟରେ ୫ ହଜାର ମୁହାଁ ହୋଇଛି ଦୈନିକ କରୋନା କେସ୍ । ଆଜି ୪ହଜାର ୭୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧ ତାରିଖରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୯୮ ଥିଲା । ୯ ଦିନ ଭିତରେ ଏହି ସଂଖ୍ୟା ପାଖାପାଖି ୫ ହଜାର ହୋଇଛି । ଅର୍ଥାତ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୫ ଗୁଣା ବଢ଼ିଛି । ଦୈନିକ ସଂକ୍ରମଣରେ ଚିନ୍ତା ବଢ଼ାଇଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । ଏହି ତିନିଟି ଜିଲ୍ଲାରୁ ଅଧିକ ପଜିଟିଭ୍ କେସ୍ ବାହାରୁଛି ।
ପଜିଟିଭିଟି ରେଡ୍ ଜୋନରେ ୩ ଜିଲ୍ଲା
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୬୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡଡରୁ ୬୬୨ ଓ ସମ୍ୱଲପୁର ଜିଲ୍ଲାରେ ଏହି ସଂଖ୍ୟା ରହିଛି ୪୩୭ । ଏହି ତିନିଟି ଜିଲ୍ଲାରୁ କେବଳ ୨୭୧୮ ପଜିଟିଭ୍ ବାହାରିଛନ୍ତି । ଯାହାକି ରାଜ୍ୟ ଆକ୍ରାନ୍ତଙ୍କର ୫୭ ପ୍ରତିଶତ । କେବଳ ଖୋର୍ଦ୍ଧା ଜିଲ୍ଲାରୁ ରାଜ୍ୟ ସଂକ୍ରମିତଙ୍କର ୩୫ ପ୍ରତିଶତ ପଜିଟିଭ୍ ବାହାରିଛନ୍ତି ।
ଆକ୍ଟିଭ୍ କେସ ରେଡ୍ ଜୋନରେ ଖୋର୍ଦ୍ଧା
ପଜିଟିଭ୍ କେସ୍ ରେଡ୍ ଜୋନକୁ ଯାଇଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । ଖୋର୍ଦ୍ଧାରେ ପଜିଟିଭ୍ ହାର ୧୧.୯ ପ୍ରତିଶତ ଥିବା ବେଳେ ସୁନ୍ଦରଗଡ଼ରେ ସଂକ୍ରମଣ ହାର ୧୦.୬ ଓ ସମ୍ୱଲପୁରରେ ରହିଛି ୧୦.୯ ପ୍ରତିଶତ ପଜିଟିଭିଟି ରେଟ୍ । ସେହିପରି ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଖୋର୍ଦ୍ଧା ଜିଲ୍ଲା ଥିବା ବେଳେ ୟେଲୋ ଜୋନରେ ଅଛି ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । କରୋନା ମୁକାବିଲାରେ ଏହି ତିନି ଜିଲ୍ଲା ଉପରେ ଏବେ ଫୋକସ ରହିବ ।
BREAKING NEWS
- କେଜ୍ରିଓ୍ବାଲଙ୍କ ବୟାନ ନେଇ ଫେରାଦ ହେଲା ଇଡି, ହେଲେ ଖଣ୍ଡନ କରିଦେଲେ ସୁପ୍ରିମକୋର୍ଟ
- ‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ’
- ଖଲ୍ଲିକୋଟ ପରେ ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର
- ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଲାଗୁ, କାର୍ଯ୍ୟରେ ଅବହେଳା ପାଇଁ ୪ ପୋଲିସ କର୍ମଚାରୀଙ୍କୁ ବଦଳି
- ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ରମାରଞ୍ଜନ ବଳିୟାରସିଂହ
- ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ବୋତଲ, ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ
- ସମ୍ବିଧାନ ପରିବର୍ତ୍ତନ କରିବା ବ୍ୟକ୍ତି ଆଜି ସମ୍ବିଧାନର ପ୍ରସଙ୍ଗ ଉଠାଉଛନ୍ତି: କଂଗ୍ରେସ ଉପରେ ସୁଦର୍ଶନ ତ୍ରିବେଦୀଙ୍କ ଆକ୍ରମଣ
- ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି ବାହାର ରାଜ୍ୟର ନେତା: ପାଣ୍ଡିଆନ
- କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଧୂମ ଛେଚିଲେ ରୋଗୀଙ୍କ ସମ୍ପର୍କୀୟ
- ‘କେଜ୍ରିୱାଲ ଭ୍ରଷ୍ଟାଚାର ବୋତଲରେ ମହିଳାଙ୍କ ସମ୍ମାନକୁ ବନ୍ଦ କରି ମଦ ପରଷୁଛନ୍ତି’