ଭୁବନେଶ୍ୱର: ରାଜ୍ୟରେ ୫ ହଜାର ମୁହାଁ ହୋଇଛି ଦୈନିକ କରୋନା କେସ୍ । ଆଜି ୪ହଜାର ୭୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୧ ତାରିଖରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୯୮ ଥିଲା । ୯ ଦିନ ଭିତରେ ଏହି ସଂଖ୍ୟା ପାଖାପାଖି ୫ ହଜାର ହୋଇଛି । ଅର୍ଥାତ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୫ ଗୁଣା ବଢ଼ିଛି । ଦୈନିକ ସଂକ୍ରମଣରେ ଚିନ୍ତା ବଢ଼ାଇଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । ଏହି ତିନିଟି ଜିଲ୍ଲାରୁ ଅଧିକ ପଜିଟିଭ୍ କେସ୍ ବାହାରୁଛି ।
ପଜିଟିଭିଟି ରେଡ୍ ଜୋନରେ ୩ ଜିଲ୍ଲା
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୬୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡଡରୁ ୬୬୨ ଓ ସମ୍ୱଲପୁର ଜିଲ୍ଲାରେ ଏହି ସଂଖ୍ୟା ରହିଛି ୪୩୭ । ଏହି ତିନିଟି ଜିଲ୍ଲାରୁ କେବଳ ୨୭୧୮ ପଜିଟିଭ୍ ବାହାରିଛନ୍ତି । ଯାହାକି ରାଜ୍ୟ ଆକ୍ରାନ୍ତଙ୍କର ୫୭ ପ୍ରତିଶତ । କେବଳ ଖୋର୍ଦ୍ଧା ଜିଲ୍ଲାରୁ ରାଜ୍ୟ ସଂକ୍ରମିତଙ୍କର ୩୫ ପ୍ରତିଶତ ପଜିଟିଭ୍ ବାହାରିଛନ୍ତି ।
ଆକ୍ଟିଭ୍ କେସ ରେଡ୍ ଜୋନରେ ଖୋର୍ଦ୍ଧା
ପଜିଟିଭ୍ କେସ୍ ରେଡ୍ ଜୋନକୁ ଯାଇଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । ଖୋର୍ଦ୍ଧାରେ ପଜିଟିଭ୍ ହାର ୧୧.୯ ପ୍ରତିଶତ ଥିବା ବେଳେ ସୁନ୍ଦରଗଡ଼ରେ ସଂକ୍ରମଣ ହାର ୧୦.୬ ଓ ସମ୍ୱଲପୁରରେ ରହିଛି ୧୦.୯ ପ୍ରତିଶତ ପଜିଟିଭିଟି ରେଟ୍ । ସେହିପରି ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଖୋର୍ଦ୍ଧା ଜିଲ୍ଲା ଥିବା ବେଳେ ୟେଲୋ ଜୋନରେ ଅଛି ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । କରୋନା ମୁକାବିଲାରେ ଏହି ତିନି ଜିଲ୍ଲା ଉପରେ ଏବେ ଫୋକସ ରହିବ ।
BREAKING NEWS
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ
- ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା

Comments are closed.