ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା କ୍ଷୀପ୍ର ବେଗରେ ବଢୁଛି। ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
୯୨ ବର୍ଷୀୟ ଲତା ମଙ୍ଗେଶକରଙ୍କୁ ବର୍ତ୍ତମାନ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ଜଣାପଡ଼ିଛି। ତାଙ୍କ ପରିବାର ସଦସ୍ୟ ଏ ନେଇ ସୂଚନା ଦେଇଛନ୍ତି।
ଲତା ମଙ୍ଗେଶକର କରୋନାର ଦୁଇଟି ଡୋଜ ଟିକା ନେଇଥିବା ଜଣାପଡ଼ିଛି। ତାଙ୍କ ବୟସକୁ ଦେଖି ସତର୍କତା ଅବଲମ୍ବନ କରାଯାଇ ତାଙ୍କୁ ଆଇସିୟୁରେ ରଖାଯାଇଛି।